ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା: ମହାଲିଙ୍ଗରେ କ୍ରାଇମବ୍ରାଞ୍ଚ ଟିମ୍, ତିନି ଘଣ୍ଟା ତଦନ୍ତ, ଦୁଇ ଗୋଟି ରେଜିଷ୍ଟର ଜବତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ବହୁଚର୍ଚ୍ଚିତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଆଜି କ୍ରାଇମବ୍ରାଞ୍ଚ ଟିମ ମହାଲିଙ୍ଗ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚିଥିଲେ । ସକାଳ ୧୧.୩୦ ମିନିଟ ସମୟରେ କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତ଼ତ୍ବରେ ଦୁଇ ଜଣିଆ ଦଳ ଆସିଥିଲେ । ମାଧ୍ୟମିକ ବିଦ୍ୟାଳୟ ଅଫିସ ରୁମରେ କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ କଲେଜର ସଂପାଦକ କିରଣ କୁମାର ସିଂ ଓ ଇନଚାର୍ଜ ପ୍ରିନସିପାଲ ଜୟଦେବ ମିଶ୍ର ରହିଥିଲେ । ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଦୁଇ ଘଣ୍ଟା କାଳ ଗୋବିନ୍ଦ ସାହୁଙ୍କ ଚିଠିକୁ ନେଇ ତଦନ୍ତ କରୁଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତାଙ୍କ ହାତ ଲେଖା ଅଛି କି ନାହିଁ ସେନେଇ ତଦନ୍ତ କରି ମାଧ୍ୟମିକ ବିଦ୍ୟାଳୟ ଆରମ୍ଭ ସମୟର ଏକ ବୈଠକ ରେଜିଷ୍ଟର ସିଜ କରିଥିଲେ । ପରେ ପ୍ରାୟ ୧.୩୦ ମିନିଟ ସମୟରେ ଗୋବିନ୍ଦ ସାହୁଙ୍କ ଘରେ ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚ ଟିମ । ସେଠାରେ ପ୍ରାୟ ଏକ ଘଣ୍ଟା ରହିଥିଲେ । ଏହି ସମୟରେ ଗୋବିନ୍ଦ ସାହୁଙ୍କ ବଡ଼ ଝିଅ ଲିପି ସାହୁ ଓ ସମ୍ପର୍କୀୟ ଭାଇ ତାରିଣୀ ସାହୁ ଉପସ୍ଥିତ ଥିଲେ । ସେଠାରେ ଗୋବିନ୍ଦ ସାହୁଙ୍କ କିଛି ହାତ ଲେଖା ବିଷୟରେ ପଚାରିବା ସହିତ ୨୦୦୯ ମସିହାର ଏକ ହିସାବ କିତାବ ରେଜିଷ୍ଟର ସିଜ କରି ସାଥିରେ ନେଇ ଯାଇଥିଲେ କ୍ରାଇମବ୍ରାଞ୍ଚ ଟିମ । ଅପରପକ୍ଷରେ ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ସୁଷମା ସାହୁ ଘରେ ଥିଲେ ମଧ୍ୟ ଦେହ ଅସୁସ୍ଥ ଥିବାରୁ ତାଙ୍କୁ କିଛି ପଚାରିନଥିଲେ କ୍ରାଇମବ୍ରାଞ୍ଚ ଟିମ । କ୍ରାଇମବ୍ରାଞ୍ଚ ଟିମର ମହାଲିଙ୍ଗ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିବା ବେଳେ ତଦନ୍ତର ଦିଗକୁ ଦେଖିଲେ ଜଣାପଡୁଛି ଯେ, ଗୋବିନ୍ଦ ସାହୁଙ୍କ ଚିଠିର ଯାଞ୍ଚ ଉଦ୍ଦେଶ୍ୟରେ ହିଁ କ୍ରାଇମବ୍ରାଞ୍ଚ ଆସିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.