କଳାହାଣ୍ଡିର ବୌଦ୍ଧିକ ସଂପଦର ଅନନ୍ୟ ପରିଚୟ ମହୁରି

• ଭୁବନେଶ୍ବରରେ ପଞ୍ଚଦଶ ମହୁରି ମହୋତ୍ସବ ଅନୁଷ୍ଠିତ

• ୨୦୨୧ ବର୍ଷ ପାଇଁ ଗାୟତ୍ରୀବାଳା ପଣ୍ଡା ଓ ୨୦୨୨ ବର୍ଷ ପାଇଁ ମହୁରି ସମ୍ମାନ ପାଇଲେ ରଞ୍ଜନ କୁମାର ଦାସ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: କଳାହାଣ୍ଡି ମାଟିରୁ ଅଙ୍କୁରୋଦଗମ୍ ହୋଇଥିବା ମହୁରି ଆଜି ସାରା ବିଶ୍ବରେ ଓଡ଼ିଆ ସାହିତ୍ୟର ଜୟଗାନ କରିବାକୁ ସଦର୍ପେ ଦଣ୍ଡାୟମାନ ହୋଇଛି । କଳାହାଣ୍ଡି କବିତା ଆନ୍ଦୋଳନର ସାଶ୍ବତ ସ୍ପନ୍ଦନ ମହୁରିର ଏ ଜୟଯାତ୍ରାରେ ସମଗ୍ର ଓଡ଼ିଆ ସାହିତ୍ୟ ଜଗତ ରୁଦ୍ଧିମନ୍ତ ହୋଇପାରିଛି ବୋଲି ଆଜି ଭୁବନେଶ୍ବରସ୍ଥିତ ହୋଟେଲ ସେଣ୍ଡିସ ଟାୱାର ସମ୍ମିଳନୀ କକ୍ଷରେ ଆୟୋଜିତ ପଞ୍ଚଦଶ ମହୁରି ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।‌‌

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ଓ ଗବେଷକ ତଥା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ କବି ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କ୍ରୁତି ବିଭାଗର ନିର୍ଦ୍ଦେଶକ ଡ. ରଞ୍ଜନ କୁମାର ଦାସ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ଓ କାଦମ୍ବିନୀ ପତ୍ରିକାର ସଂପାଦିକା ଡ. ଇତି ସାମନ୍ତ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କବି ତଥା ମହୁରିର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବିଶିଷ୍ଟ ଗାଳ୍ପିକ ଓ ମହୁରିର ସଂପାଦକ ସୁକାନ୍ତ ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବାବେଳେ କବି ଓ ଗବେଷକ ଡ. ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିଲେ । ଏହି ଅବସରରେ ୨୦୨୧ ବର୍ଷ ପାଇଁ କବି ଡ. ଗାୟତ୍ରୀବାଳା ପଣ୍ଡା ଓ ୨୦୨୨ ବର୍ଷ ପାଇଁ କବି ତଥା ପ୍ରଶାସକ ଡ. ରଞ୍ଜନ କୁମାର ଦାସଙ୍କୁ ମର୍ଯାଦାଜନକ ମହୁରି ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ମାନିତ ପ୍ରତିଭା ଦ୍ବୟଙ୍କୁ କାଷ୍ଠ ନିର୍ମିତ ବିଶ୍ବର ସର୍ବ ବ୍ରୁହତ ମହୁରି ଟ୍ରଫି ସହିତ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।‌‌

ଦ୍ବିତୀୟ ଅଧିବେଶନରେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ବଛାବଛା ଦଶଜଣ ଯୁବକବିଙ୍କୁ ନେଇ “ତରୁଣ ଅରୁଣ – କବି ଦଶଜଣ” ନାମକ ସ୍ବତନ୍ତ୍ର କାବ୍ୟୋତ୍ସବ ଅନୁଷ୍ଠିତ ହୋଇଥିଲା ।‌ମହୁରିର ସଂପାଦକ ସୁକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ମନୋଜ୍ଞ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଓ ଲେଖିକା ମମତା ଦାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବରିଷ୍ଠ ଲେଖକ ଓ ସଂପାଦକ ରାଜକିଶୋର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଯୁବକବି ଶିବାନନ୍ଦ ବାରିକଙ୍କ ସଂଯୋଜନାରେ ରାଧାରାଣୀ ସରକାର, ନାରାୟଣ ସାହୁ, ମନୀଷା ବିଶ୍ବାଳ, ଅଂଶୁମାନ ସାହୁ, ସତ୍ୟଶିବ ସୁନ୍ଦର ଦାସ, ଐଶ୍ଚର୍ଯ୍ୟା ରାଉତ, ବୀରେନ୍ଦ୍ର ନାୟକ, ସଂଗ୍ରାମ ମହାରଣା, ଗୌରୀ ସାହୁ, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ଦେବାଶିଷ ରାଉତ ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ଯୁବଲେଖକ ତଥା ସାମ୍ବାଦିକ ସୁଶୀଲ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ସମୟର ଆକାଂକ୍ଷା ମୁଖ୍ୟ ସଂପାଦକ ଡ. ସୁରେଶ ନାୟକ, ବିଶିଷ୍ଟ କବି ଓ ଅନୁବାଦକ ପ୍ରଦୀପ କୁମାର ରାୟ, ଅର୍ପିତାର ସଂପାଦକ ସୁବାସ ଷଡ଼ଙ୍ଗୀ, ବିଶିଷ୍ଟ କବି ସୁରେଶ ସାଗର, ଅମିତାଭ ଖିଲାର, ପ୍ରଶାସକ ଓ କବି ତ୍ରିଲୋଚନ ମହାନ୍ତି, ସାମ୍ବାଦିକ ଲକ୍ଷ୍ମୀକାନ୍ତ ବାଗ, ଡ. ସୁଚରିତା ପଟ୍ଟନାୟକ, ଜ୍ୟୋତ୍ସ୍ନାରାଣୀ ନାୟକ, ଗାରିମା ନାଥ, ମଞ୍ଜୁଲତା ଆସ୍ଥାନା ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ କବି, ଲେଖକ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.