ଖମନପଡା ଶାଳବଣରେ ମା ତାରିଣୀଙ୍କ ଚଇତି ଉତ୍ସବ

କଳାହାଣ୍ଡି,୧୭/୪ : ନର୍ଲା ବ୍ଲକ ଗାଡେବନ୍ଧ ପଞ୍ଚାୟତ ଅନ୍ତର୍ଗତ ଖମନପଡା ଶାଳବଣ ଭିତରେ ମା ତାରିଣୀଙ୍କ ପୀଠରେ ଚଇତି ଉତ୍ସବ ଓ ପଣା ସଂକ୍ରାନ୍ତି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ କଳସ ଯାତ୍ରା, ତାରିଣୀ ପୁରାଣ ପଠନ, ପଣା ଲାଗି ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନିମନ୍ତ୍ରୀତ ଅତିଥି ମାନଙ୍କ ଯୋଗଦାନ ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ପରିବେଶକୁ ଭକ୍ତିମୟ କରିଦେଉଥିଲା ।

ବିଭିନ୍ନ ଦିବସରେ ଅତିଥି ଭାବେ ରାଜନେତା ବାବୁଲି ମଣ୍ଡଳ, ସମାଜସେବୀ ସମୀର ଚାନ୍ଦ, ଯୁବ ଆଇନଜିବୀ କ୍ଷୀତିସ ଚନ୍ଦ୍ର ମହାପାତ୍ର, ସାନ୍ତପୁର ସରପଞ୍ଚ ଟିକେଲାଲ ସାହୁ, ଗାଡେବନ୍ଧ ସରପଞ୍ଚ ଟିକେଶ୍ବରୀ ମାଝୀ, ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ମାଝୀ, ନାଏବ ସରପଞ୍ଚ ଡିଙ୍ଗର ମୁଣ୍ଡା, ସାନ୍ତପୁର ସମିତି ସଭ୍ୟ ମାଧବ ନାଏକ, ଯୁବନେତା ଦେବେନ୍ଦ୍ର ସା ପ୍ରମୂଖ ଯୋଗଦେଇ ମା ତାରିଣୀଙ୍କ ଆଶିଷ ଲାଭ କରିବାସହ ଉପସ୍ଥିତ ଜନସମୁଦାୟକୁ ଏହି ମହାନ ପର୍ବ ସମନ୍ଧରେ ଦିଗଦର୍ଶନ ପ୍ରଦାନ କରିଥିଲେ ।

 

ସାଂସ୍କୃତିକ ସଂଦ୍ଧ୍ୟାରେ ଧର୍ମଗଡ ବିକ୍ରମଗୁଡାର ଲୋକ ନାଟକ, ବଲାଂଗିରର ମା ପଦ୍ମାସିନୀ ମହିଳା ଦଣ୍ଡ ନୃତ୍ୟ ଓ ଶେଷ ରଜନୀରେ ନୃତ୍ୟ ଆସର ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖୁଥିଲା ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଲୋକ କଳାକାର ଲୋଚନ ମାଝୀ, ନରୋତ୍ତମ କରୁଆଁ, କଣ୍ଠ ଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ରଣା, ଜୌତିଷ ବିଷାରଦ ମଧୁ ସୂଦନ ମାଝୀ ଓ ନାଟ୍ୟଗୁରୁ ମନୋଜ ମାଝୀଙ୍କୁ ସମ୍ବର୍ଧିତ କରାଯାଇଥିଲା । ଏହି ବିଶାଳ କାର୍ଯ୍ୟକ୍ରମ ସମୁହରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ କ୍ଷୀତିସ ଚନ୍ଦ୍ର ମାଝୀ । ସୁରେଶ ମାଝୀ, ହେମନ୍ତ ମାଝୀ, ଜିତେନ୍ଦ୍ର ମାଝୀ, ଜଗବନ୍ଧୁ ଗଉଡ, ଗୁଡୁ ବିଭାର, କ୍ଷୀର ବିଭାରଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୌଡଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.