ନବମ ଶ୍ରେଣୀ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଧରମବନ୍ଧା ନୋଡାଲ ବିଦ୍ୟାଳୟର ଛାତ୍ରଛାତ୍ରୀ

ନୂଆପଡା,୧୭/୪ : ଆଜି (ମଙ୍ଗଳବାର) ନୂଆପଡା ସଦର ବ୍ଲକ ସ୍ଥିତ ଧରମବନ୍ଧା ନୋଡାଲ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅବିଭାବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
( କ୍ଲିକ୍ କରି ଦେଖନ୍ତୁ ଭିଡିଓ 👆)

ପ୍ରକାଶ ଯେ ଧରମବନ୍ଧା ପଞ୍ଚାୟତର ୫୦ ଜଣ ଛାତ୍ରୀଛାତ୍ର ଧରମବନ୍ଧା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ନବମ ଶ୍ରେଣୀ କୁ ଉତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ଧରମବନ୍ଧା ପଞ୍ଚାୟତର ଆଖପାଖରେ ନବମ ଶ୍ରେଣୀ ପାଇଁ କେବଳ ଗୋଟିଏ ମାତ୍ର ଏସ.ଏସ.ଡି ବିଦ୍ୟାଳୟ ଅଛି ଯେଉଁଥିରେ ୧୩୩ ଟି ସିଟ ଅଛି ଓ ତାହା ପୂର୍ବରୁ ପୂରଣ ହୋଇସାରିଛି । ବର୍ତମାନ ଏହି ଶିକ୍ଷାର୍ଥୀ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କ ଅଭିଭାବକ , ସ୍ଥାନୀୟ ଜନସାଧାରଣ , ସରପଞ୍ଚ ଓମ ପ୍ରକାଶ କଲାର, ସାରବଙ୍ଗ ସରପଞ୍ଚ ଭରତଲାଲ ରାଉତ ଓ ସମସ୍ତ ଛାତ୍ରୀଛାତ୍ର ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଛନ୍ତି ।

Udyog Nursery
Udyogi Nursery

( କ୍ଲିକ୍ କରି ଦେଖନ୍ତୁ ଭିଡିଓ 👆)

ଏନେଇ ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ ଜିଲ୍ଲା ଅଧିକାରୀଙ୍କ ସହ ପରାମର୍ଶ କରି ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ଛାତ୍ରୀଛାତ୍ରଙ୍କୁ ପାଠ ପଢିବାରୁ ବଞ୍ଚିତ କରିବାକୁ ଦେବୁ ନାହିଁ ବୋଲି ସୂଚନା ଦେଇଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.