ଶତାଧିକ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଛନ୍ତି ରାହୁଲ ଗାନ୍ଧୀ -ସିଆରପିଏଫ  

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅନେକ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଲେଣି । ସିଆରପିଏଫର କହିବା ଅନୁଯାୟୀ, ରାହୁଲ ଗାନ୍ଧି ଡିସେମ୍ବର ୨୪ରେ ଭାରତ ଯୋଡୋ ଯାତ୍ରା ସମୟରେ ଏକାଧିକବାର ପ୍ରୋଟୋକଲ ଭାଙ୍ଗିଛନ୍ତି । ଦିଲ୍ଲୀ ପୋଲିସ ରାହୁଲଙ୍କ ସୁରକ୍ଷା ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।  କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନୁଗୋପାଲଙ୍କ ଚିଠିର ଉତ୍ତରରେ ଏପରି ପ୍ରତିକ୍ରିୟା ରଖିଛି କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ । ରାହୁଲ ଗାନ୍ଧିଙ୍କ ସୁରକ୍ଷା ନିଶ୍ଚିତ କରିବାକୁ  କଂଗ୍ରେସ ସାଧାରଣ ସମ୍ପାଦକ  ଅମିତ ଶାହଙ୍କୁ ଚିଠି ଲେଖଥିଲେ। ଏହି ଚିଠି ପରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ପକ୍ଷରୁ ଏହାର ସ୍ପଷ୍ଟୀକରଣ ରଖାଯା‌ଇଛି।  ସିଆରପିଏଫ ପକ୍ଷରୁ କୁହାଯାଇଛି, ସିଆରପିଏଫ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା  ଯୋଗାଇ ଦିଆଯାଇଥିଲା।  ତାଙ୍କ ପାଇଁ ଯଥେଷ୍ଟ ପୁଲିସ କର୍ମଚାରୀ  ନିୟୋଜିତ କରାଯାଇଥିଲା। ତାଙ୍କ ସୁରକ୍ଷାରେ ତ୍ରୁଟି କରାଯାଇ ନାହିଁ।

Omkar Vasthu
Omkar Vasthu

ରାହୁଲ ସୁରକ୍ଷା ପ୍ରୋଟକଲ ବାରମ୍ବାର ଭାଙ୍ଗୁଥିବା ଅଭିଯୋଗ କରି ସିଆରପିଏଫ ପକ୍ଷରୁ କୁହାଯାଇଛି, ‘ପ୍ରାେଟକଲ ଅନୁସାରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ରାହୁଲଙ୍କ ପାଇଁ କରାଯାଇଥିଲା । ହେଲେ ସେ ନିଜେ ଏକାଧିକବାର ଏହାର ଗାଇଡଲାଇନ ଭାଙ୍ଗିଛନ୍ତି । ଆଉ ଏ ସମ୍ପର୍କରେ ତାଙ୍କୁ ମଧ୍ୟ ବାରମ୍ବାର ସୂଚନା ଦିଆଯାଇଥିଲା । ପାର୍ଲାମେଣ୍ଟାାରୀ ଫୋର୍ସର କହିବା ଅନୁଯାୟୀ, ଭାରତ ଯୋଡୋ ଯାତ୍ରାରେ ନୁହେଁ, ୨୦୨୦ରେ ମଧ୍ୟ ରାହୁଲ ୧୧୩ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

କଂଗ୍ରେସ ଅଭିଯୋଗ କରିଛି,  ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ଏକାଧିକ ତ୍ରୁଟି ଥିଲା। ରାହୁଲ ଗାନ୍ଧି ଜେଡ୍‌+ ସୁରକ୍ଷା ପାଇଥିଲେ ହେଁ ତାଙ୍କ ୪ ପାଖରେ ଦିଲ୍ଲୀ ପୁଲିସ୍‌ ଆବଶ୍ୟକ ସୁରକ୍ଷା ବଳୟ କରିବାରେ ବିଫଳ ହୋଇଥିଲା।  ରାହୁଲଙ୍କ ସହ ଚାଲୁଥିବା କଂଗ୍ରେସ କର୍ମୀ ଓ ଭାରତ ଯାତ୍ରୀମାନେ ବାଧ୍ୟ ହୋଇ ଗୋଟିଏ ସୁରକ୍ଷାବଳୟ ସୃଷ୍ଟି କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.