ନର୍ଲାରେ ବିଦ୍ୟୁତ ପୋଲ ନବୀ କରଣ

ସକାଳ ୯ ରୁ ମଧ୍ୟାହ୍ନ ୧ ଟା ଯାଏଁ ବିଦ୍ୟୁତ କାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଗତ ୫ ଦିନ ହେଲାଣି ଚାଲିଛି ବିଦ୍ୟୁତ ପୋଲ ନବୀକରଣ କାର୍ଯ୍ୟ । ଟାଟା ପାୱାର ବିଦ୍ୟୁତ ବିଭାଗ କୁ ହାତକୁ ନେବାପରେ ଅନେକ ସ୍ଥାନରେ ନବୀକରଣ କାର୍ଯ୍ୟକ୍ରମ ଜାରି ରଖିଥିବା ଦେଖିବାକୁ ମିଳୁଛି । ନର୍ଲାରେ ରହିଥିବା ୩୦ ବର୍ଷରୁ ଉର୍ଦ୍ଧ୍ବ ପୋଲସବୁ ରାସ୍ତା କାମ ପରେ କମ ଉଚ୍ଚତା ବିଶିଷ୍ଟ ହୋଇଯିବା ସହ ଅନେକ ପୋଲ ଗୁଡିକ ବଙ୍କା ହୋଇ ଢଳି ରହିଥିଲା । ଗତ ୧୦ ବର୍ଷ ତଳେେକେସିଙ୍କା ମୁଖ୍ୟ ଗ୍ରୀଡରୁ ଆସିଥିବା ୧୧ କିଭି ବିଦ୍ୟୁତ ପତଳା ତାରକୁ ପରିବର୍ତ୍ତନ କରାଯାଇ ଉଚ୍ଚ କ୍ଷମତା ସମ୍ପନ୍ନ ତାର ବଦଳା ଯାଇ ଅଧିକ ବିଦୁ୍ୟତ ପରିବାହୀ କ୍ଷମତା ସମ୍ପନ୍ନ ମୋଟା ତାର ଲଗା ଯାଇଥିଲା । ନର୍ଲା ସହରର ମୁଖ୍ୟ ରାସ୍ତାରେ ଅନେକ ସ୍ଥାନରେ ବିଦ୍ୟୁତ ଖୋଲାତାର ସବୁ ରାସ୍ତା ଅତିକ୍ରମ କରି ଥିବାରୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଥିଲା । ଆଗାମି ଦିନରେ ନର୍ଲା ସହର ମଧ୍ୟରେ ମୁଖ୍ୟ ରାଜରାସ୍ତା ପ୍ରସସ୍ଥିକରଣ କରାଯିବାର ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ସାରିଛି । ଏଣୁ ନର୍ଲା ସହର ମଧ୍ୟସ୍ଥ ମୁଖ୍ୟ ରାସ୍ତାକଡ ନର୍ଲା ଚାରିଛକ ସରସ୍ୱତୀ ଶିଶୁ ମନ୍ଦିର ସାମନାରୁ ନର୍ଲା ପ୍ରାଣୀଧନ ଚିକିତ୍ସାଳୟ ଅଫିସ୍ ପର୍ଯ୍ୟନ୍ତ ୨ କି.ମି. ଦୀର୍ଘ ରାସ୍ତାରେ ବିଦୁ୍ୟତ ପୋଲ ଗୁଡିକ ସ୍ଥାନାନ୍ତର କରାଯାଇ ଉଚ୍ଚା ପୋଲ ସବୁ ମେସିନ ଯୋଗେ ପୋତୁ ଥିବାର ଦେଖିବାକୁ ମିଳୁଛି । ଆଉ ରାସ୍ତା ଉପରେ ଖୋଲା ବିଦ୍ୟୁତ ତାର ଅତିକ୍ରମ ବ୍ୟବସ୍ଥାକୁ ସୁଧାରିବା ପାଇଁ ରାସ୍ତା ଦୁଇକଡେ ଓସାରିଆ ଭାବରେ ଲୁହାର ମଜବୁତ ପୋଲ ସବୁ ସ୍ଥାପିତ କରାଯାଉଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟ ଟାଟା ପାୱାର କମ୍ପାନୀ ଏଜେନ୍ସୀ ଦ୍ୱାରା କରାଉଥିବା ବେଳେ ୨ କି.ମି. ପୋଲ ସ୍ଥାନାନ୍ତରଣ ଓ ନବୀ କରଣ କାର୍ଯ୍ୟ ପାଇଁ ୭୬ ଗୋଟି ବିଦ୍ୟୁତ ପୋଲ ଲଗାଯିବ । ଆବଶ୍ୟକ ସ୍ଥଳେ ଆହୁରି ପୋଲ ଅଣାଯିବ ବୋଲି ଟାଟା ପାୱାର ନର୍ଲା ଏସଡିଓ କମଲେଶ ପଧାନ ସୂଚନା ଦେଇଛନ୍ତି । କେବଳ ପୋଲ ସ୍ଥାନାନ୍ତରଣ କିମ୍ବା ନବୀକରଣ ବୋଲି ନୁହଁ । ହୁକିଂକୁ ପ୍ରତିହତ କରିବା ପାଇଁ ରାସ୍ତା ପାର୍ଶ୍ୱସ୍ଥ ଓ ଗାଁ ମାନଙ୍କରେ ମଧ୍ୟ କେବୁଲ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ କରାଯିବ । ହାତୀ ଚଲାଚଲ ପଥରେ ମଧ୍ୟ ଇନସୁଲେଟେଡ (ପ୍ଲାଷ୍ଟିକ ଖୋଳଯୁକ୍ତ) ବିଦ୍ୟୁତ ତାର ଲଗାଯିବ ବୋଲି ଜଣାପଡିଛି । ନର୍ଲାରେ ଗତ ୫ ଦିନ ହେଲା ଏହି ପୋଲ ନବୀକରଣ କାର୍ଯ୍ୟ ଚାଲୁଥିବା ବେଳେ ଏଥିପାଇଁ ସକାଳ ୯ ଘଣ୍ଟା ସମୟରୁ ଦିନ ୧ ଟା ପର୍ଯ୍ୟନ୍ତ ବିଦୁ୍ୟତ ସରବରାହ ବନ୍ଦ ରହୁଛି । ଏହି କାର୍ଯ୍ୟ ଆହୁରି ୧୨ ରୁ ୧୫ ଦିନ ଲାଗିଯାଇପାରେ ଏଥିରେ ନର୍ଲା ଅଞ୍ଚଳର ବିଦ୍ୟୁତ ଉପଭୋକ୍ତା ମାନଙ୍କର ସହେଯାଗ ଆମର ଏକାନ୍ତ ଆବଶ୍ୟକ ବୋଲି ଟାଟା ପାୱାର ଏସଡିଓ ଶ୍ରୀ ପଧାନ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.