ଜିଲ୍ଲା ମୁଖ୍ୟ କାରାଗାର ଏବଂ ପର୍ଯ୍ୟବେକ୍ଷଣ ଗୃହରେ କେରମ ଓ ଚେସ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଉତ୍ସବ ଘୁମୁରା ଓ ହକି ବିଶ୍ବକପ୍-୨୦୨୩ ଉପଲକ୍ଷେ ଜିଲ୍ଲା ମୁଖ୍ୟ କାରାଗାର ଏବଂ ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଗୃହର ଅନ୍ତେବାସୀମାନଙ୍କ ମଧ୍ୟରେ କେରମ ଓ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀଙ୍କ ଅନୁରୋଧ କ୍ରମେ କଳାହାଣ୍ଡି କେରମ ସଂଘର ସଭାପତି ପ୍ରଦୀପ କୁମାର ଦାସ(ବାପି)ଙ୍କ ନେତୃତ୍ୱରେ ସଂଘର ମୁଖ୍ୟ ଉପଦେଷ୍ଟା ମାନସ ରଞ୍ଜନ ଦାସ, ସାଧାରଣ ସମ୍ପାଦକ ଜନାବ ଅବଦୁଲ ରେହମାନ ଖାଁ, ଉପସଭାପତି ପ୍ରଭାତ ବ୍ରହ୍ମା, କର୍ମକର୍ତ୍ତା ମନୋଜ ସିଂ, ଏମଡି ଫ୍ଲାୱାରଙ୍କ ସହାୟତାରେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

ଜିଲ୍ଲା କାରାଗାରଠାରେ ଆୟୋଜିତ କେରମ ପ୍ରତିଯୋଗିତାରେ ଶିଶୁପାଳ ମାଝୀ ଓ ସୁନୀଲ ନାଏକ ବିଜେତା ହୋଇଥିବାବେଳେ ରୋହିତ ମାଝୀ ଓ ଦେବରାଜ ନାଏକ ଉପବିଜେତା ହୋଇଥିଲେ। ସେହିପରି ଚେସ ପ୍ରତିଯୋଗିତାରେ ସୁନୀଲ ନାଗ ବିଜେତା ହୋଇଥିବାବେଳେ ରମେଶ ଦଳାଇ ଉପବିଜେତା ହୋଇଥିଲେ।ସେହିପରି ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଗୃହରେ ଆୟୋଜିତ କେରମ ଖେଳରେ ରାଜକୁମାର ସୁନା ଓ ବଳରାମ ଅମାନତ୍ୟ ବିଜେତା ହୋଇଥିବାବେଳେ ସୁରଜ ସେନ ଓ ରବି ମାଝୀ ଉପବିଜେତା ହୋଇଥିଲେ। ଚେସ ଖେଳରେ ବଳରାମ ଅମାନାତ୍ୟ ବିଜେତା ହୋଇଥିବାବେଳେ ଅରବିନ୍ଦ କୁମାର ଉପବିଜେତା ହୋଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା କାରାଗାରଠାରେ କାରାପାଳ ରଶ୍ମୀପ୍ରଭା ରୟଙ୍କ ସହ ଅନ୍ୟାନ୍ୟ କର୍ତ୍ତୃପକ୍ଷ ରଞ୍ଜନ କୁମାର ନାଏକ, ନମିଶ କୁମାର ପଣ୍ଡା ଓ ରାମକୃଷ୍ଣ ପାତ୍ର ପ୍ରତିଯୋଗିତା ପରିଚାଳନା କରି ଅନ୍ତେବାସୀମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଗୃହ ଦାୟିତ୍ୱରେ ଥିବା ପରିଚାଳକ ଗୁଲାମ ଅମିବୁଲ୍ଲା ଖାଁ, ପରାମର୍ଶଦାତା ଶର୍ମିଷ୍ଠା ନାୟକ, ଅଂଶୁମାନ ମହାପାତ୍ର, ସୁରେନ୍ଦ୍ର କୁମାର ମେହେର, ଚେସ ସଂଘର ସଭାପତି ସୁଧୀର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ। ଜିଲ୍ଲାପାଳ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଏହି ଦୁଇଟି ସ୍ଥାନରେ କେରମ ଓ ଚେସ ପ୍ରତିଯୋଗିତା କରିବା ପାଇଁ ସୁଯୋଗ ଦେଇଥିବାରୁ ପରିଶେଷରେ ମୁଖ୍ୟ ଆୟୋଜକ କଳାହାଣ୍ଡି କେରମ ସଂଘର ସଭାପତି ପ୍ରଦୀପ କୁମାର ଦାସ ସଂଘ ତରଫରୁ
ଧନ୍ୟବାଦ ଦେଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.