‘ଚାଲ୍ ଦେଖମା ଆମର୍ କଳାହାଣ୍ଡି’ : ଦର୍ଶକଙ୍କୁ ଆକର୍ଷିତ କଲା ଜନଜାତି ସାମଗ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଟାଉନ୍ ହଲ୍ ପରିସରରେ ଆୟୋଜିତ କଳାହାଣ୍ଡି କନକ୍ଲେଭ୍ ‘ଚାଲ୍ ଦେଖମା ଆମର୍ କଳାହାଣ୍ଡି’ ଅବସରରେ ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଏକ ଜନଜାତି ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଜନଜାତି ସାଧନ କେନ୍ଦ୍ର ପକ୍ଷରୁ ନିର୍ମିତ ଆଦିବାସୀ କୁଟୀର, ମଞ୍ଚା, ଲୁପ୍ତପ୍ରାୟ ଅଳଙ୍କାର, ଅସ୍ତ୍ରଶସ୍ତ୍ର, କୃଷି ଓ ଘରୋଇ ଉପକରଣ ଅତିଥି ଓ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ଲୋକେ ସମସ୍ତ ସାମଗ୍ରୀ ଦେଖିବା ସହ ଫଟୋ ଉଠାଇଥିଲେ। ଏହାକୁ ଡିଜାଇନ୍ କରିଥିଲେ ଯୁବ ଲେଖକ ତଥା କେନ୍ଦ୍ରର ଗାଇଡ୍ ଡିଲେଶ୍ୱର ରଣା, ଉଛଲା ସିଆରସିସି ଅଜିତ ପଧାନ ଏବଂ ଯୁବ ଲେଖକ ତଥା ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ। ସହଯୋଗ କରିଥିଲେ କେନ୍ଦ୍ରର ଇନଚାର୍ଜ ଯୁଗେଶ୍ବର ମାଝୀ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାଶ ଓ ବନ୍ଧପାରୀ ସିଆରସିସି ତ୍ରିନାଥ ଶ୍ୟାମ କୁମାର। କଳାହାଣ୍ଡି ଶିକ୍ଷା ବିଭାଗର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.