ନର୍ଲାର ପୂର୍ବତନ କୃଷି ଅଧିକାରିଣୀଙ୍କ ବିରୁଦ୍ଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ପୂର୍ବତନ ସହକାରୀ କୃଷି ଅଧିକାରିଣୀ ଶିବାନୀ ପଧାନ ଏବେ ଚକାପାଦ ବ୍ଲକରେ କାର୍ଯ୍ୟରତ । ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ସେ ଛୁ ଚମ୍ପଟ ମାରିଥିବା ନେଇ ନର୍ଲା ଚାଷୀ ମହଲରେ ଏବେ ଚର୍ଚ୍ଚା ଯୋର ଧରିଛି । ଗତ କିଛି ଦିନ ତଳେ ଲାଞ୍ଜିଗଡ ବ୍ଲକ୍ଳ ପାହାଡପଦର ଗ୍ରାମ ପଞ୍ଚାୟତର ତତ୍କାଳୀନ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ଦେବାନନ୍ଦ ସାଗର ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ ଦସ୍ତଖତ କରି ୪୭ ଲକ୍ଷ ୧୮ ହଜାର ଟଙ୍କା ଚଳୁ କରିଦେଇଥିଲେ । ଅଭିଯୋଗ ପରେ ତଦନ୍ତ ହେବାରୁ ସତ୍ୟ ପଦାକୁ ଆସିଲା । ତାଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ନିଳମ୍ବିତ କରିବା ପରେ ସେ ବେକରେ ରଶି ଲଗେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେହିଭଳି ଭବାନୀପାଟଣା ବିିଇଓ କାର୍ଯ୍ୟାଳୟରେ ଅସ୍ଥାୟୀ ଆକାଉଣ୍ଟାଟଣ୍ଟ ଭାବରେ କାର୍ଯ୍ୟ କରୁଥିବା ସୁଚୀସ୍ମୀତା ସୁଆର ଶିକ୍ଷକ ମାନଙ୍କ ୩୯ ଲକ୍ଷ ଟଙ୍କା ଓ ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ବେଳେ ସେ ଏକ୍ସିସ ବ୍ୟାଙ୍କରୁ ତାଙ୍କ ଆକାଉଣ୍ଟକୁ ୨ କୋଟି ଟଙ୍କା ଟ୍ରାନ୍ସଫର କରିଥିବା ତଥ୍ୟ ସାମ୍ନାକୁ ଆସିଥିଲା । ସେହିପରି ଭାବେ ଭବାନୀପାଟଣା ପୈ।ର ପରିଷଦର ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଗତକାଲି କୋର୍ଟ ଚାଲାଣ ହୋଇଛନ୍ତି । ଏଭଳି କଳାହାଣ୍ଡିରେ ସରକାରୀ ଅଫିସ ଗୁଡିକରେ ଦୁର୍ନିତି ଉପରେ ଦୁର୍ନିତି ହୋଇଥିବା ବେଳେ ନର୍ଲା କୃଷି ଅଫିସରେ ମଧ୍ୟ ଦୁର୍ନିତିର ପାହାଡ ଛିଡାକରି ସହକାରୀ କୃଷି ଅଧିକାରିଣୀ ଶିବାନୀ ପଧାନ ଚକାପାଦ କୃଷି ଅଫିସକୁ ଯାଇଥିବା ଆଲୋଚନା ହେଉଛି । ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ଦ୍ୱାରା ମଗାଯାଇଥିବା ସୁଚନାକୁ ଆଧାର କରି ଜାଣିବାକୁ ମିଳିଛି ଶିବାନୀ ପଧାନଙ୍କ ଦୁର୍ନିତିର କଳା କାରନାମା । ସୂଚନା ଅଧିକାର ଆଇନରେ ନର୍ଲା କୃଷି ଅଫିସ୍ ରେ ତାଙ୍କ କାର୍ଯ୍ୟକାଳ ସମୟ ଅବଧି ମଧ୍ୟରେ ଚାଷୀଙ୍କୁ ବଣ୍ଟା ଯାଇଥିବା ବିହନ, ସାର, କୀଟନାଶକ ଔଷଧ, ଚାଷୀଙ୍କୁ ନେଇ ବିଭିନ୍ନ ଗ୍ରାମରେ କାରାଯଇଥିବା କ୍ଷେତ୍ର ଦିବସ ଗୁଡିକରେ ହୋଇଥିବା ବ୍ୟୟ ଅଟକଳ । ଆତ୍ମା ଯୋଜନାର ବିଭିନ୍ନ ସ୍କିମ ଓ ତାଲିମ ଶିବିର ଗୁଡିକ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥରାଶିର ବିଲ ଭାଉଚର ଓ ସବିଶେଷ ତଥ୍ୟ ସବୁ ମଗାଯାଇଥିଲା ସୁଚନା ଅଧିକାର ଆଇନରେ । ସୂଚନା ଦେଇନପାରି, ସୁଚନାର ବିନ୍ଦୁ ଗୁଡିକ ଦେଖି ଇତସ୍ତତ ହୋଇ ନର୍ଲାର ସାମ୍ବାଦିକ ରଞ୍ଜନ ମହାନ୍ତି ଓ ଲିଙ୍ଗରାଜ ମିଶ୍ରଙ୍କ ନାମରେ ମିଥ୍ୟା ଜାତିଆଣ ଆକ୍ଷେପ ନେଇ କେସ୍ ଦାଏର କରିବାସହ ସାମ୍ବାଦିକ ମାନଙ୍କ କଣ୍ଠରୋଧ ପାଇଁ ପ୍ରୟାସ କରିଥିଲେ । ଆତ୍ମା ଯୋଜନାର ସେ ଅଧିକାରିଣୀ ରହିଥିବା ବେଳେ ତିନି ବର୍ଷ ଧରି ନର୍ଲା ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମ ପଞ୍ଚାୟତର ଚାଷୀଙ୍କ ପାଇଁ କରାଯାଉଥିବା କ୍ଷେତ୍ର ଦିବସ ଗୁଡିକର ଅର୍ଥରାଶି ଏଭଳି ସର୍ବମୋଟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥରାଶି ହଡପ କରିଥିବା ଜଣାପଡିଛି । ଗତବର୍ଷ ୨୦୨୧ ଡିସେମ୍ବର ୨୯ ରେ କେସ୍ ଦାଏର କରିବା ପରେ ନର୍ଲା କୃଷି ଅଫିସ୍ କୁ ଆଉ ଭଲକରି ଡ୍ୟୁଟି ଆସି ନଥିଲେ । ୨୦୨୧ ନର୍ଲା ଅଞ୍ଚଳରେ ଭୟଙ୍କର ମରୁଡି ପରିସ୍ଥିତି ଯୋଗୁଁ ବିଭାଗ ସମସ୍ତଙ୍କ ଛୁଟି କ୍ୟାନ୍ସନ କରିଥିଲା । ହେଲେ ବିଭାଗୀୟ ଆଦେଶକୁ ଭୃକ୍ଷେପ ନକରି ଲମ୍ବା ଛୁଟିରେ ଘରକୁ ଚାଲି ଯାଇଥିଲେ ଏଏଓ ପଧାନ । ନୂଆ ଭାବରେ ବ୍ଲକ କୃଷି ଅଧିକାରୀ ପଦରେ ନର୍ଲାରେ ନିଯୁକ୍ତି ପାଇଥିବା ରଜତ ମିଶ୍ରଙ୍କୁ ସେ ସହେଯାଗ କରିନଥିଲେ କିମ୍ବା କାହାର ଫୋନ ମଧ୍ୟ ଉଠାଇ ନଥିବା ଜଣାପଡ଼ିଛି । ଲକ୍ଷାଧିକ ସରକାରୀ ଅର୍ଥ ହଡପର ଭିଜିଲାନ୍ସ ତଦନ୍ତ ଭୟରେ ଅନ୍ୟତ୍ର ବଦଳୀ ପାଇଁ ମାସ ମାସ ଧରି ଭୁବନେଶ୍ୱରେ ଡେରା ମାରି ଶେଷରେ ଚକାପାଦ ବ୍ଲକକୁ ଛୁ ଚମ୍ପଟ ମାରିଥିବା ଆଲୋଚନା ହେଉଛି । ନର୍ଲାର ଦୁଇ ସାମ୍ବାଦିକଙ୍କୁ ଜାତିଆଣ ଆକ୍ଷେପର ମିଥ୍ୟା କେସରେ ଫସାଇ ଥିଲେ ଏଏଓ ଶିବାନୀ ପଧାନ । ନିଜ ଅଧସ୍ତନ କର୍ମଚାରୀ ମାନଙ୍କୁ ଡରାଇ ଧମକାଇ ସାକ୍ଷୀ କରାଇଥିଲେ ଏଏଓ ପଧାନ । ଏବେ ସାକ୍ଷୀ ମାନେ ମୁହଁ ଖୋଲି ଆମେ ଏ ବିଷୟରେ କିଛି ଜାଣିନୁ କିମ୍ବା ସାକ୍ଷ୍ୟ ଭାବରେ ଦସ୍ତଖତ ଦେଇନୁ ବୋଲି ବୟାନ ଦେଇସାରିଛନ୍ତି । ତାଙ୍କ ସହ ମିଥ୍ୟା କେସରେ ସାମିଲ ଥିବା କଳାହାଣ୍ଡି ଡିଏସପି ରବିନ୍ଦ୍ର ସେଠୀଙ୍କୁ ସରକାର ଚାକିରୀରୁ ବହିସ୍କାର କରିଛନ୍ତି । ଏଏଓ ଶିବାନୀ ପଧାନଙ୍କ ଏତାଦୃଶା କାରନାମା ପରେ ବର୍ଷଟେ ହେଲା ନର୍ଲା କୃଷି ଅଫିସକୁ ଦୁଇ ଦୁଇ ଜଣ ଅଧିକାରୀଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ କେହି ଆସିବାକୁ ରାଜି ହେଉନଥିବା ଜଣାପଡିଛି । ଏବେ ନର୍ଲାର ସହକାରୀ କୃଷି ଅଧିକାରୀ ପଦବୀ ଖାଲି ପଡିଛି । ଅନ୍ୟପକ୍ଷରେ ନର୍ଲାର ପୂର୍ବତନ କୃଷି ଅଧିକାରିଣୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଞ୍ଚଳର ଚାଷୀ ଓ ସଚେତନ ନାଗରିକ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.