‘କର୍ମଯୋଗୀ ଓ ପ୍ରତିବଦ୍ଧ ଥିଲେ ମାଆ’ -ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରବେନଙ୍କ ଦେହାନ୍ତ ପରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ଜଣେ ସାଧାରଣ ମଣିଷରୁ ପ୍ରଧାନମନ୍ତ୍ରୀ ହୋଇପାରିଥିବା ଭଳି ପୁଅ ହେଉଛନ୍ତି ମୋଦୀ। ତାଙ୍କର ଲୋକପ୍ରିୟତା ଯେତିକି ତାଙ୍କୁ ଜନ୍ମ ଦେଇଥିବା ୧୦୦ ବର୍ଷୀୟା ମାଆଙ୍କୁ ବି ଦେଶବାସୀ ସେତିକି ସମ୍ମାନ ଦେଇଛନ୍ତି। ତେଣୁ ହୀରାବେନଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇଛନ୍ତି ଦେଶବାସୀ।

Omkar Vasthu
Omkar Vasthu

ମାଆ ହୀରାବେନଙ୍କ ଦେହାନ୍ତ ପରେ ଭାବାବେଗଭରା ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଶାନଦାର ଶତାବ୍ଦୀର ଈଶ୍ୱରଙ୍କ ପାଦରେ ବିରାମ ବୋଲି ମୋଦୀ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଜଣେ ତପସ୍ୱୀ, କର୍ମଯୋଗୀ ଓ ପ୍ରତିବଦ୍ଧ ଥିଲେ ମାଆ। ତାଙ୍କର ପ୍ରତିଟି କଥାକୁ ସେ ମନେ ରଖିବେ ବୋଲି କହିଛନ୍ତି ମୋଦୀ। ଏଠାରେ ପ୍ରକାଶଯୋଗ୍ୟ ଯେ, ହୀରାବେନଙ୍କ ୧୦୦ତମ ଜନ୍ମଦିନରେ ଭେଟିଥିଲେ ମୋଦୀ। ତାଙ୍କୁ ସେତେବେଳେ ମାଆ କହିଥିଲେ, ‘କାମ କରୋ ବୁଦ୍ଧି ସେ ଔର୍ ଜୀବନ ଜିଓ ବୁଦ୍ଧି ସେ’।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.