ଅପହଞ୍ଚ ଇଲାକାରେ ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ : ଖଟିଆରେ ବୁହାହେଲେ ଗର୍ଭବତୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ପ୍ରଦୀପ କୁମାର ପଣ୍ଡା): ନା ରାସ୍ତା ଅଛି ନା ପୋଲ। ଗାଁକୁ ଅମ୍ବୁଲାନ୍ସ ପହଞ୍ଚି ପାରୁନି ବୋଲି ଗର୍ଭବତୀ ମହିଳା ହେଉ କି ଗୁରୁତର ରୋଗୀ ଖଟିଆରେ ବୋହିବାକୁ ପଡିଥାଏ ଦୂରରେ ଅପେକ୍ଷା କରି ରହିଥିବା ଅମ୍ବୁଲାନ୍ସ ପାଖକୁ।ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗ୍ରାମ ପଞ୍ଚାୟତ ଅଧିନ ରାଣିପଦରର ଖମନପଡା ଗାଁରେ। ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଗାଁର ପବିତ୍ର ଗଉଡଙ୍କ ସ୍ତ୍ରୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତୁରନ୍ତ ଅମ୍ବୁଲାନ୍ସକୁ ଫୋନ୍ କରିଥିଲେ ପବିତ୍ର। ହେଲେ ଗାଁକୁ କୌଣସି ଯାନବାହନ ଯିବାପାଇଁ ଗମନାଗମନର ରହିଛି ମୁଖ୍ୟ ସମସ୍ୟା। ବାଟ ଓଗାଳି ରହିଛି ଇନ୍ଦ୍ରାବତୀ ଏବଂ ବାଲିଯୋର୍ ନଦୀ। ଆଜି ପର୍ଯ୍ୟନ୍ତ ଏହି ନଦୀ ଉପରେ ପୋଲ ଟିଏ ନିର୍ମାଣ ହୋଇପାରିନି। ଫଳରେ ସବୁଦିନିଆ ରାସ୍ତା ନିର୍ମାଣରେ ମଧ୍ୟ ଅବହେଳା ଦେଖାଦେଇଛି। ଯେଉଁଥିପାଇଁ ବାଧ୍ୟ ହୋଇ ଖଟିଆରେ ବୋହିବାକୁ ପଡିଛି। ଗାଁ ଲୋକଙ୍କ ନିଜସ୍ୱ ଉଦ୍ୟମରେ ତିଆରି କାଠ ପୋଲ ଉପରେ ବୋହିକି ନେବାକୁ ପଡିଥିବା ଦୃଶ୍ୟ ନଜର୍ କୁ ଆସିଥିଲା। ଅନ୍ୟ ପଟରେ ଗାଁ ଠୁ ଏକ କିଲୋମିଟର ଦୂର ଥୁଆମୂଳ ରାମପୁର-କାଶୀପୁର ମୁଖ୍ୟ ରାସ୍ତାରେ ଅପେକ୍ଷା କରିଥିବା ଅମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡିଥିଲା। ସେଇ ଅମ୍ବୁଲାନ୍ସରେ ଆଣି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।

Udyog Nursery
Udyogi Nursery

ସଦ୍ୟ ସୂଚନା ଅନୁଯାୟୀ ଦ୍ରୌପଦୀଙ୍କ ଗର୍ଭରୁ ଏକ ଶିଶୁପୁତ୍ର ଜନ୍ମ ଲାଭ କରିଥିବା ଜଣାପଡ଼ିଛି। ଏଭଳି ଏକ ଚିରାଚରିତ ସମସ୍ୟା ମଧ୍ୟରେ ଖମନପଡା ବାସୀଙ୍କ ଜୀବନ। ନେତା ଠାରୁ ଆରମ୍ଭ କରି ବଡବଡ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇଥିଲେ ସୁଦ୍ଧା କେହି ଶୁଣୁନଥିବା ଖମନପଡା ବାସୀଙ୍କ ଅଭିଯୋଗ ହୋଇଆସିଛି। ହେଲେ ଖମନପଡାବାସୀଙ୍କୁ ଏହି ସମସ୍ୟା ଆଉ କେତେ ଦିନ ଭୋଗିବାକୁ ପଡିବ ଏବଂ ସରକାର କେବେ ଏହି ଅବହେଳିତ ଗାଁର ବିକାଶ ପାଇଁ ଗମନାଗମନର ସୁବ୍ୟବସ୍ଥା କରିବେ ତାହା ଦେଖିବା ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.