ଜଳିଗଲା କ୍ରିକେଟର ଋଷବ ପନ୍ତଙ୍କ କାର; ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଟଟଣାରେ ଜଳିଗଲା  ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ କାର ।  ଗୁରୁତର  ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଦିଲ୍ଲୀରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି । ଦୁର୍ଘଟଣା ମାଙ୍ଗାଲୋର କୋଟୱାଲୀର ଏନ.ଏଚ ୫୮ରେ ଘଟିଛି ।  ଗୁରୁତର ଅବସ୍ଥାରେ ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପନ୍ତଙ୍କ କାର ଅବସ୍ଥାରୁ ଜଣାଯାଇଛି  ଦୁର୍ଘଟଣା କେତେ ଭୟଙ୍କର ଥିଲା । ତେବେ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସ୍ପଷ୍ଟ ହୋଇନାହିଁ  । ତେବେ ପନ୍ତଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିବା ସହ ତାଙ୍କର ଗୋଡ ଭାଙ୍ଗି ଯାଇଥିବା ଜଣାଯାଇଛି । ତାଙ୍କର  କିନ୍ତୁ ତାଙ୍କୁ ଗୁରୁତର ଭାବେ ଆଘାତ ଲାଗିଥିବା କୁହାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.