ପ୍ରଥମ ଥର ପାଇଁ କନ୍ଧମାଳ ଓଡିଶୀ ନୃତ୍ୟଶିଳ୍ପୀମାନେ ଦୂରଦର୍ଶନରେ କଲେ ନୃତ୍ୟ ପରିବେଷଣ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକକଳା ଦିନକୁ ଦିନ ଉନ୍ନତି ହେବା ସହ ସଂସ୍କୃତିର ପ୍ରଚାର ପ୍ରସାର କରିବା ଦିଗରେ ଅନେକ ସାଂସ୍କୃତିକ ଅନୁଷ୍ଠାନ ନିଜର ପ୍ରଚେଷ୍ଠା ବଳରେ ଦେଶ ଓ ଦେଶ ବାହାରେ ସେମାନଙ୍କର କଳା ପରିବେଷଣ ଜାରି ରଖିପାରିଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଓଡିଶୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିରର ନୃତ୍ୟ ଶିଳ୍ପୀମାନେ ଗୁରୁ ବିନୋଦ ଚନ୍ଦ୍ର ସାହୁଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଡିସେମ୍ବର ୨୯ତାରିଖରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ବର ଠାରେ ଓଡିଶାର ଶାସ୍ତ୍ରୀୟ ନୃତ୍ୟ, ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି, ଯାହା ଆଗାମୀ ଜାନୁୟାରୀ ମାସରେ ଡିଡି ଓଡିଆରେ ଗୁରୁବାର ରାତି ୮ ଟାରେ ପ୍ରସାରିତ ହେବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହା କନ୍ଧମାଳ ପାଇଁ ଏକ ଗର୍ବ ଓ ଗୌରବର କଥାବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ଏବଂ ଓଡ଼ିଶୀ ନୃତ୍ୟରେ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି, ଏଥିପାଇଁ କନ୍ଧମାଳବାସୀ ଅନୁଷ୍ଠାନର ଶିଳ୍ପୀ ଓ ଗୁରୁଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି । କନ୍ଧମାଳ ଜିଲ୍ଲାର କଳାର ବିକାଶ କ୍ଷେତ୍ରରେ ଯଦି ଜିଲ୍ଲାର କଳା ଓ ସଂସ୍କୃତି ବିଭାଗ ଦ୍ୱାରା ଉପଯୁକ୍ତ ଭାବେ ଆର୍ଥିକ ଓ ସହଯୋଗୀତା ଭାବ ରକ୍ଷା କରାଯାଇ ପାରନ୍ତା ତାହେଲେ ଓଡିଶୀ ନୃତ୍ୟ ସହିତ କନ୍ଧମାଳ ଜିଲ୍ଲାର ଲୋକ କଳା, ସଂସ୍କୃତିର ପୁନଃରୁଦ୍ଧାର କରାଯିବା ସହିତ ଜିଲ୍ଲାର ବିଭିନ୍ନ ବର୍ଗର କଳାକାର, ନୃତ୍ୟ ଶିଳ୍ପୀ ମାନେ ନିଜର କଳାର ଦକ୍ଷତା ବିକାଶ କରିବା କ୍ଷେତ୍ରରେ ସଫଳତା ହାସଲ କରିବା ସହିତ ଜୀବନ ଜୀବିକା ନିର୍ବାହ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରନ୍ତା ବୋଲି କନ୍ଧମାଳ ଜିଲ୍ଲାର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ଓ ସ୍ୱତନ୍ତ୍ର ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣ ରେ ଅନୁରୋଧ କରିବା ସହିତ ଜିଲ୍ଲାର ପ୍ରଥମ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବେ ସର୍ବ ପ୍ରଥମେ ଦୂରଦର୍ଶନରେ ନୃତ୍ୟ ପରିବେଷଣ କରିଥିବା ସମସ୍ତ ନୃତ୍ୟ ଶିଳ୍ପୀ ମାନଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସମ୍ମାନିତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.