ଘଣ୍ଟମାଳରେ ନୂତନ ସାପ୍ତାହିକ ବଜାର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଠାରେ ଶୁକ୍ରବାର ସାପ୍ତାହିକ ବଜାର ଉଦ୍ଘାଟିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗଦାନ କରି ବଜାର ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ସରପଞ୍ଚ ଦେବେନ୍ଦ୍ର ସା, ସମିତି ସଦସ୍ୟ ଅବନ୍ତି ଦନେଇ, ନାଏବ ସରପଞ୍ଚ ସାବେତ୍ରୀ ପୁଝରୀ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ । ସାପ୍ତାହିକ ବଜାର ଉଦଘାଟନ କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାନାମ୍ବର ଦାସ ପରିଚାଳନା କରିଥିବା ବେଳେ ୱାର୍ଡ ସଭ୍ୟ/ସଭ୍ୟା ମାନେ କାର୍ଯ୍ୟକ୍ରମ ପାରିଚାଳନାରେ ସହଯୋଗ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକର ନର୍ଲା ସଦର ମହକୁମା ରେ ରବିବାର ଓ ଗୁରୁବାର ଦିନ, ବାଲିପଡାରେ ସୋମବାର, ରୁପ୍ରାରୋଡରେ ମଙ୍ଗଳବାର ଓ ଶାନ୍ତପୁରରେ ଶନିବାର ଦିନ ସାପ୍ତାହିକ ବଜାର ବସିଥାଏ । ଉକ୍ତ ବଜାର ସବୁ ଘଣ୍ଟମାଲ ବାସୀଙ୍କ ପାଇଁ ୮ ରୁ ୧୫ କିମି ଦୂର ହୋଇଥାଏ । ଏଣୁ ଘଣ୍ଟମାଲରେ ଶୁକ୍ରବାର ସାପ୍ତାହିକ ବଜାର ଆରମ୍ଭ ହୋଇ ଥିବାରୁ ଖାଉଟି ଓ ବ୍ୟବସାୟୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଆଜି ଆରମ୍ଭ ଦିନରେ ବଜାରରେ ଅନେକ ଭିଡ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.