ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଶାହଙ୍କ ହୁଙ୍କାର

Omkar Vasthu
Omkar Vasthu


Pearl dental clinic
Near Ashish Medical Store, Bhawanipatna

ବେଙ୍ଗାଲୁରୁ: ବିଜେପି କର୍ଣ୍ଣାଟକରେ ଏକାକୀ ନିର୍ବାଚନ ଲଢିବ ଏବଂ ଜିତିବ। କର୍ଣ୍ଣାଟକରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଦଳୀୟ କର୍ମୀ ଏବଂ ନେତାଙ୍କ ସହ ଆଲୋଚନା କରିବା ପରେ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଅନ୍ୟ ଦଳର ଲୋକମାନେ ଦ୍ୱନ୍ଦ୍ୱ ତିଆରି କରୁଛନ୍ତି।

Udyog Nursery
Udyogi Nursery

ଶାହା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଜେଡିଏସ ସହିତ କୌଣସି ପ୍ରକାରର ମେଣ୍ଟ କରିବ ନାହିଁ ବିଜେପି। ଶାହା କହିଛନ୍ତି ଯେ ଆସନ୍ତା ନିର୍ବାଚନର ଫଳାଫଳ ଆଧାରରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଯେଉଁଥିପାଇଁ ଶାହା ରାଜ୍ୟର ସମସ୍ତ ନେତା ତଥା ବୁଥ କର୍ମଚାରୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥିସହ ପୁରୁଣା ମୟଶୂର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଆହ୍ୱାନ କରିଛନ୍ତି। ଏହି ସ୍ଥାନରେ ପ୍ରାୟତଃ ଜେଡିଏସ ନିର୍ବାଚନରେ ଜିତିଛି। ତେଣୁ ଏହି ସ୍ଥାନରେ ଯଦି ବିଜେପି ଭଲ ପ୍ରଦର୍ଶନ କରିବ ତାହେଲେ ଆଗାମୀ ଦିନରେ ଦଳ ନିର୍ବାଚନରେ ବିଜୟୀ ହେବ ବୋଲି ବିଜେପି ଆକଳନ କରିଛି।

କେନ୍ଦ୍ରଗୃହମନ୍ତ୍ରୀ କହିଛନ୍ତି, ଯେଉଁମାନେ ଜେଡିଏସ୍ ସହିତ ଜଡିତ ଅଛନ୍ତି ସେମାନେ ଗୁଜବ ପ୍ରଚାର କରୁଛନ୍ତି ଯେ ସେମାନେ ବିଜେପି ସହ ମେଣ୍ଟ କରୁଛନ୍ତି। କର୍ଣ୍ଣାଟକରେ କିନ୍ତୁ ​​ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଏବଂ ସରକାର ଗଠନ କରିବ। ଏଥିସହ ଭୋଟ୍ ଦେଲାବେଳେ ସରକାର ଗଢିବା ଭଳି ସମ୍ପୂର୍ଣ୍ଣ ଜନାଦେଶ ଦେବାକୁ ନିବେଦନ କରିଛନ୍ତି। ଏକ ଅସମ୍ପୂର୍ଣ୍ଣ ସରକାର ଚୟନ କରନ୍ତୁ ନାହିଁ, ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇଁ ବିଜେପିକୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ଶାହ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.