ନାବାଳକ ବି ପାଇ ପାରିବେ PAN କାର୍ଡ; କେମିତି କରିବେ ଆବେଦନ ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଧାର କାର୍ଡ ଭଳି ପାନ କାର୍ଡକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଇଥାଏ । ପାନ କାର୍ଡରେ ଆପଣଙ୍କ ସମସ୍ତ ଆର୍ଥିକ ସ୍ଥିତି ନେଇ ସୂଚନା ରହିଥାଏ । ପାନ କାର୍ଡର ନମ୍ବର ୧୦ ଟିକିଆ ହୋଇଥିବା ବେଳେ ଏହା ପରିଚୟ ପତ୍ର ଛଡ଼ା ଟିକସ ଭରିବା, ଆଇଟିଆର୍ ଫାଇଲ୍ ଓ ଟିଡିଏସ୍ କ୍ଲେମ୍ ବେଳେ କାମରେ ଆସିଥାଏ । ସମସ୍ତ କରଦାତା, ବାଣିଜ୍ୟ, ସଂଗଠନ ପାଇଁ ପାନକାର୍ଡ ବାଧ୍ୟତାମୂଳକ ଅଟେ । ଅନେକ ସମୟରେ ପାନ କାର୍ଡ ନଥିବାରୁ କାମ ହୋଇ ପାରି ନଥାଏ । ଫଳରେ ପାନ କାର୍ଡ ପ୍ରସ୍ତୁତ ଜରୁରି ହୋଇ ପଡ଼େ । ଯଦି କୌଣସି ନାବାଳକ ମାସିକ ୧୫ ହଜାର ଟଙ୍କାରୁ ଅଧିକ ଆୟ କରୁଥାନ୍ତି ତେବେ ସେ ଆଇଟିଆର୍ ଲାଗି କ୍ଲେମ୍ କରି ପାରିବେ । ଆଉ ଏଥିପାଇଁ ଦରକାର ପାନ କାର୍ଡ । ଯଦି ଆପଣଙ୍କ ପାଖେ ପାନ କାର୍ଡ ନାହିଁ ତ କ୍ଲେମ୍ କରି ପାରିବେ ନାହିଁ । ତେବେ ନାବାଳକଙ୍କ ପାନ କାର୍ଡ ଲାଗି ବାପାମାଆ କିମ୍ବା ଘରର ଅନ୍ୟ କୌଣସି ସଦସ୍ୟ ଆବେଦନ କରି ପାରିବେ । ତେବେ ନାବାଳକଙ୍କ ନାମରେ ଜାରି ହେଉଥିବା ପାନ କାର୍ଡରେ ଫଟୋ ଓ ଦସ୍ତଖତ ରହି ନଥାଏ । ଫଳରେ ଏହାକୁ ଆପଣ ପରିଚୟପତ୍ର ଭାବେ ବ୍ୟବହାର କରି ପାରିବେ ନାହିଁ । ୧୮ ବର୍ଷ ହେବା ପରେ ପାନ କାର୍ଡ ଅପଡେଟ୍ କରି ପାରିବେ ।ନାବାଳକଙ୍କ ଲାଗି ପାନ କାର୍ଡ ଆବେଦନ କରିବାକୁ NSDL ୱେବସାଇଟକୁ ଯାଇ ୪୯ଏ ଫର୍ମ ପୂରଣ କରିବାକୁ ପଡ଼ିବ । ନାବାଳକଙ୍କ ସାର୍ଟିଫିକେଟ୍ ସହ ଅଭିଭାବକଙ୍କ ଫଟୋ ଏବଂ ଅନ୍ୟ ପ୍ରମାଣପତ୍ର ଦେଇ ୧୦୭ ଟଙ୍କା ଜମା କରିବାକୁ ପଡ଼ିବ । ଆବେଦନ ପରେ ପୋଷ୍ଟାଲରେ ଆସିଯିବ ପାନ କାର୍ଡ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.