ପିସିସି ସଭ୍ୟ ବିରଞ୍ଚି ବାଗଙ୍କୁ ଆକ୍ରମଣ ଘଟଣା : ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲା ଯୁବ କଂଗ୍ରେସ

ନୂଆପଡା,୧୭/୪ : ସାଧାରଣ ନିର୍ବାଚନକୁ ନେଇ ଗତ ୧୧ ତାରିଖରେ କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ସଦସ୍ୟ ବିରଞ୍ଚି ବାଗଙ୍କୁ ଜଳମକଟା ବୁଥ ନିକଟରେ କିଛି ଲୋକ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ଶ୍ରୀ ବାଗ ଗୁରୁତର ଆହତ ହୋଇ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ଏ ନେଇ କୋମନା ଥାନାରେ ଶ୍ରୀ ବାଗଙ୍କ ପକ୍ଷରୁ ଅଭିଯୋଗ କରାଯାଇ ଥିଲା କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ଏ ନେଇ ଆଜି ଯୁବ କଂଗ୍ରେସ ତରଫରୁ ରବି ମଙ୍ଗରାଜ ଙ୍କ ନେତୃତ୍ୱ ରେ ଏକ ଟିମ ଯାଇ କୋମନା ଥାନା ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲା ଆରକ୍ଷୀ ଅଧିକାରୀ ନୂଆପଡା ଙ୍କୁ ଏକ ଦାବୀପତ୍ର ପ୍ରଦାନ ପ୍ରଦାନ କରିଛନ୍ତି । ୪ ଦିନ ମଧ୍ୟରେ ଯଦି ସମସ୍ତ ଦୋଷୀଙ୍କୁ ଗିରଫ କରା ନଗଲେ ଥାନା ଘେରାଉ କରାଯିବ ବୋଲି ଲିଖିତ ଭାବେ ଜଣାଇ ଦେଇଛନ୍ତି । ତେବେ ଏ ନେଇ କୋମନା ଥାନା ଅଧିକାରୀ ଶ୍ରୀ ନିର୍ମଳ ପାଣିଗ୍ରାହୀ କହିଛନ୍ତି ଯେ, ଶ୍ରୀ ବାଗଙ୍କ  ଅଭିଯୋଗକୁ ଆଧାର କରି ସେ କୋମନା ଥାନାରେ ଏକ ମାମଲା ୯୬/୧୯ ରୁଜୁ କରିଛନ୍ତି ଏବଂ ଏହା ଉପରେ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

Pearl dental clinic
Near Ashish Medical Store, Bhawanipatna

http://bit.ly/odiabartagroup2

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.