ଆପ୍‌ ଓ ବିଜେପି କାଉନସିଲରଙ୍କ ହଟ୍ଟଗୋଳ ଓ ଠେଲାପେଲା ପରେ ସ୍ଥଗିତ ରହିଲା ମେୟର ନିର୍ବାଚନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଓ ବିଜେପି କାଉନସିଲରଙ୍କ ମଧ୍ୟରେ ମାରପିଟ୍‌ ଯୋଗୁ ଘୁଞ୍ଚିଲା ଦିଲ୍ଲୀ ମେୟର ନିର୍ବାଚନ। କାଉନସିଲରମାନଙ୍କର ପ୍ରବଳ ହଟ୍ଟୋଗଳ ସହ ଠେଲାପେଲା ପରେ ଏମ୍‌ସିଡି ଗୃହକୁ ସ୍ଥଗିତ ରଖାଯାଇଛି।ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ନିର୍ବାଚନ ପରେ ଆଜି ମେୟର ନିର୍ବାଚନ ହେବାର ଥିଲା। କିନ୍ତୁ ଆଜି ନିର୍ବାଚନ ଆରମ୍ଭ ପୂର୍ବରୁ ଦୁଇ ଦଳ  କାଉନସିଲରଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଆରମ୍ଭ ହୋଇଯାଥିଲା। ଫଳରେ ବାଧ୍ୟ ହୋଇ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ, ଦିଲ୍ଲୀ ଉପରାଜ୍ୟପାଳ  ଭି.କେ ସକ୍ସେନା ଗୁରୁବାର ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ଦେଇଥିଲେ। ମେୟର ନିର୍ବାଚନ କରିବାକୁ ତାଙ୍କୁ ହିଁ ପ୍ରିଜାଇଡିଂ ଅଫିସର ଦାୟିତ୍ୱ ମିଳିଥିଲା। ଏହାକୁ ବିରୋଧ କରିଥିଲା ଆପ୍। କାଉନସିଲରମାନେ ଅସ୍ଥାୟୀ ବାଚସ୍ପତିଙ୍କ ଦ୍ୱାରା ଶପଥ ନେବାର ଥିବା ବେଳେ ଆପ୍ ପ୍ରାର୍ଥୀମାନେ ଏହାକୁ ବିରୋଧ କରିଥିଲେ। ଫଳରେ ବିଜେପି ଓ ଆପ୍ କାଉନସିଲରଙ୍କ ମଧ୍ୟରେ ହଟ୍ଟୋଗଳ ଠେଲାପେଲା ବି ହୋଇଥିଲା। ଶେଷରେ ବାଧ୍ୟ ହୋଇ ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ ଦିଲ୍ଲୀ ଉପରାଜ୍ୟପାଳ  ଭି.କେ ସକ୍ସେନା ଗୁରୁବାର ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ଦେଇଥିଲେ। ମେୟର ନିର୍ବାଚନ କରିବାକୁ ତାଙ୍କୁ ହିଁ ପ୍ରିଜାଇଡିଂ ଅଫିସର ଦାୟିତ୍ୱ ମିଳିଥିଲା। ଏହାକୁ ବିରୋଧ କରିଥିଲା ଆପ୍। କାଉନସିଲରମାନେ ଅସ୍ଥାୟୀ ବାଚସ୍ପତିଙ୍କ ଦ୍ୱାରା ଶପଥ ନେବାର ଥିବା ବେଳେ ଆପ୍ ପ୍ରାର୍ଥୀମାନେ ଏହାକୁ ବିରୋଧ କରିଥିଲେ। ଫଳରେ ବିଜେପି ଓ ଆପ୍ କାଉନସିଲରଙ୍କ ମଧ୍ୟରେ ହଟ୍ଟୋଗଳ ଠେଲାପେଲା ବି ହୋଇଥିଲା। ଶେଷରେ ବାଧ୍ୟ ହୋଇ ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.