ଏକ ପକ୍ଷୀ ୧୧ ଦିନରେ କରିଛି ୧୩, ୫୬୦ କିମି ଯାତ୍ରା । ଲଗାତାର ଉଡି ଚାଲିଛି । ରେକର୍ଡ ପାଇଁ ଭୁଲି ଯାଇଥିଲା ଖାଇବା, ଶୋଇବା । ବିନା ବ୍ରେକରେ ଏତେ ବାଟ ଆଜିଯାଏ କୌଣସି ପକ୍ଷୀ ଉଡି ପାରିନାହାନ୍ତି । ବିଶ୍ୱ ରେକର୍ଡ କରିଥିବା ଏହି ପକ୍ଷୀ ହେଉଛି ବାର ଟେଲଡ ଗଡୱିଟ । ଗଡୱିଟ ଆଲାସ୍କାରୁ ଅଷ୍ଟ୍ରେଲିଆର ତାସମାନିଆ ପର୍ଯ୍ୟନ୍ତ ଏହି ଲମ୍ବାଯାତ୍ରା ବିନା ବ୍ରେକରେ କରିଛି । ବାଟରେ କୌଣସି ଜାଗାରେ ସେ ଅଟକି ନାହିଁ । ଏପରିକି ଖାଦ୍ୟ ବି ଗ୍ରହଣ କରିନାହିଁ । ଗତ ଅକ୍ଟୋବର ୧୩ ତାରିଖରୁ ଉଡାଣ ଆରମ୍ଭ କରିଥିଲା ଗଡୱିଟ । ୧୨ ଦିନ ପରେ ଅର୍ଥାତ ଅକ୍ଟୋବର ୨୫ରେ ପହଞ୍ଚିଥିଲା ଅଷ୍ଟ୍ରେଲିଆରେ । ୫ଜି ସାଟେଲାଇଟ ଟ୍ୟାଗ ଉକ୍ତ ପକ୍ଷୀ ଦେହରେ ଲଗାଯାଇ ଏହାର ଉଡାଣ ଉପରେ ନଜର ରଖାଯାଇଥିଲା । ପକ୍ଷୀଟି ଓସିନିଆ, ନ୍ୟୁ କେଲଡୋନଆ ଦ୍ୱୀପର ଆକାଶମାର୍ଗ ଦେଇ ତସମାନିଆରେ ପହଞ୍ଚିଛି ।