ଜେକେ ପେପର୍ ଲିମିଟେଡ୍ର ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ: ସେଣ୍ଟ୍ରାଲ ପଲ୍ପ ମିଲ୍ସ ଟିମକୁ ହରାଇ ଜେକେ କାଗଜ କଳ ଜେକେପୁର ଟିମ୍ ଚାମ୍ପିୟାନ

ଓଡ଼ିଆ ବାର୍ତ୍ତା/ ରାୟଗଡା: ଚଳିତ ମାସ ୪ତାରିଖରୁ ଆରମ୍ଭ ହୋଇଥିବା ଜେକେ ପେପର୍ ଲିମିଟେଡର ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଜେକେ ପେପର୍ ମିଲ୍ସ, ଜେକେପୁର ଓ ସେଣ୍ଟ୍ରାଲ ପଲ୍ପ ମିଲ୍ସ, ସୋନଗଡ଼, ଗୁଜୁରାଟ ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି । ଟସ ଜିଣି ପ୍ରଥମେ ଜେକେ ପେପର୍ ବ୍ୟାଟିଂ କରିଥିବା ବେଳେ ୧୩୭ ରନ୍ ସଂଗ୍ରହ କରିଥିଲେ। ସେଣ୍ଟ୍ରାଲ ପଲ୍ପ ମିଲ୍ସ, ସୋନଗଡ଼ ଏହାର ଜବାବରେ ସମସ୍ତ ୱିକେଟ ହରାଇ ୧୬.୪ ଓଭରରେ ୮୪ରନ୍ ସଂଗ୍ରହ କରିଥିଲେ । ଫଳରେ ଜେକେ ପେପର୍ ମିଲ୍ସ ଟିମ୍ ବିଜୟୀ ହୋଇଥିଲା। ଜେକେ ପେପର୍ ମିଲ୍ସର ଅରୁଣ ଶବର ନଟ ଆଉଟ ରହି ୩୪ ବଲରେ ୩୯ରନ୍ ସଂଗ୍ରହ କରିଥିଲେ ଓ ମହମ୍ମଦ୍ ଅବେଶ ୪ ଓଭର ବୋଲିଂ କରି ୧୮ ରନ୍ ଦେଇ ୩ ଟି ୱିକେଟ୍ ହାତେଇ ଥିଲେ ଏବଂ ମେନ ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ହୋଇଥିଲେ । ବେଷ୍ଟ ଅଲ ରାଉଣ୍ଡର ଭାବେ ସେଣ୍ଟ୍ରାଲ ପଲ୍ପ ମିଲ୍ସର ନିତେଶ ଗୁଣଶ୍ରେଷ୍ଠଙ୍କୁ ପୁରସ୍କୃତ ହୋଇଥିଲେ। ବେଷ୍ଟ ବ୍ୟାଟସମ୍ୟାନ ଭାବେ ଅରୁଣ ଶବର, ବେଷ୍ଟ ବୋଲର୍ ଭାବେ କେ ଶଙ୍କର ପାତ୍ର, ବେଷ୍ଟ ଫିଲ୍ଡର ଭାବେ ବିନୟ ଦ୍ଵିବେଦୀ ଙ୍କୁ ପୁରସ୍କୃତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଶ୍ଵେତା ଦ୍ଵିବେଦୀ, ସଭାନେତ୍ରୀ, ଶ୍ରୀମତୀ ନୀତା ଦ୍ଵିବେଦୀ, ଉପ ସଭାନେତ୍ରୀ , ମହିଳା ମଣ୍ଡଳ, ଜେକେ କାଗଜ କଳ, ଜେକେପୁର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ଜେକେ କାଗଜ କଳ ଟିମ୍ ତଥା ରନର୍ସ ଅପ୍ ସେଣ୍ଟ୍ରାଲ ପଲ୍ ମିଲ୍ସ ଟିମକୁ ଟ୍ରଫି ପ୍ରଦାନ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମକୁ ସୁନ୍ଦୀପ ପାଣ୍ଡେ, ମହା ପ୍ରବନ୍ଧକ (ମାନବ ସମ୍ବଳ) ପରିଚାଳନା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.