ମହିଳା କବାଡି ପ୍ରତିଯୋଗିତାରୁ ଆରମ୍ଭ ହେଲା ଚଇତି କ୍ରୀଡା ମହୋତ୍ସବ

ଅଙ୍ଗନବାଡି ଟିମକୁ ହରାଇ ସଂସ୍କୃତି ମହିଳା କ୍ଳବ ଚାମ୍ପିଆନ୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୨’ପାଳନ ଉପଲେକ୍ଷ ଆଜି ଠାରୁ ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ । ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ଥିବା ପଡିଆ ଠାରେ ଅନୁଷ୍ଠିତ ଚଇତି କ୍ରୀଡା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ମହୋତ୍ସବର ପ୍ରଥମ ପ୍ରତିଯୋଗିତା ଭାବେ ମହିଳା କବାଡି ପ୍ରତିଯୋଗିତାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ତଥା ଚଇତି କ୍ରୀଡା ମହୋସବର ଅଧ୍ୟକ୍ଷ ବିବେକାନନ୍ଦ ଶର୍ମାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭୀମସେନ ଶବର, ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ମିତା ବାଉରୀ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର,ଶିକ୍ଷାବିତ୍ ତଥା ସ୍ଥାୟୀ ଲୋକ ଅଦାଲତ ସଦସ୍ୟ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି, ଏସଡିପିଓ ଦିବ୍ୟଜ୍ୟୋତି ଦାସ, ଡିଏସପି ସୁଶାନ୍ତ ତାଉଡିଆ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ, ଆଇଆଇସି ରଶ୍ମିରଂଜନ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । କ୍ରୀଡା ମହୋତ୍ସବରେ ସମସ୍ତ ବର୍ଗଙ୍କୁ ସ୍ଥାନ ଦିଆଯାଇ ସେମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଳି ପ୍ରତିଯୋଗିତା ଅନୁଷ୍ଠିତ କରାଯାଉଛି । ଏହି ପ୍ରତିଯୋଗିତାଗୁଡିକ ମାଧ୍ୟମରେ ଜିଲ୍ଳାବାସୀଙ୍କ ମଧ୍ୟରେ ସୁଦୃଢ ସଂପର୍କ ଗଢି ଉଠିବା ସହ ଜିଲ୍ଳାସ୍ତରୀୟ ଚଇତି ମହୋତ୍ସବ ମଂଚରେ ସେମାନଙ୍କୁ ପୁରସ୍କୃତ କରାଯିବାର ସୁନ୍ଦର ବ୍ୟବସ୍ଥା ରହିଥିବାରୁ ସମସ୍ତ ଜିଲ୍ଳାବାସୀ ଏହି ଚଇତି ମହୋତ୍ସବରେ ସାମିଲ ହେବା ପାଇଁ ଅଧ୍ୟକ୍ଷ ତଥା ଏସ.ପି. ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ପ୍ରଥମ ପ୍ରତିଯୋଗିତାରେ ରାୟଗଡା ଆଇସିଡିଏସର ଅଙ୍ଗନବାଡି କର୍ମୀ, ସେଂଟ ଜାଭିୟର ଓ ବଚପନ ଏକାଡେମିକ୍ ବିଦ୍ୟାଳୟର କର୍ତୁପକ୍ଷ ଏବଂ ସଂସ୍କୃତି ମହିଳା କ୍ଳବର ସଦସ୍ୟାମାନଙ୍କୁ ନେଇ ୪ଗୋଟି ଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତି ହୋଇଥିଲା । ପ୍ରଥମ ମ୍ୟାଚଟି ଅଙ୍ଗନବାଡି କର୍ମୀ ଓ ବଚପନ ଏକାଡେମିକ୍ ମଧ୍ୟରେ ହୋଇଥିବା ବେଳେ ଏଥିରେ ଅଙ୍ଗନବାଡି କର୍ମୀ ଦଳ ବିଜୟ ହୋଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚ ସଂସ୍କୃତି ମହିଳା କ୍ଳବ ଏବଂ ସେଂଟ ଜାଭିୟର ମଧ୍ୟରେ ହୋଇଥିବା ବେଳେ ଏଥିରେ ସଂସ୍କୃତି ମହିଳା କ୍ଳବ ବିଜୟୀ ହୋଇଥିଲେ । ପରେ ଫାଇନାଲ ମ୍ୟାଚଟି ଅଙ୍ଗନବାଡି କର୍ମୀ ଓ ସଂସ୍କୃତି ମହିଳା କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସଂସ୍କୃତି ମହିଳା କ୍ଳବ ଦଳ ବିଜୟୀ ହୋଇଥିଲେ । ମହିଳା ବିଦ୍ୟାଳୟର ଏନସିସି ଅଧିକାରୀ ରୀତାରାଣୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Udyog Nursery
Udyogi Nursery

ଚଇତି କ୍ରୀଡା ମହୋତ୍ସବର ପ୍ରଥମ୍ ଦିନର ଦ୍ୱିତୀୟ ପର୍ଯ୍ୟାୟରେ ସଦଭାବନା ସ୍ପଟର୍ସ କଂପ୍ଳେକ୍ସର ବାସକେଟ୍ ବଲ୍ କୋର୍ଟରେ ମହିଳା ଓ ପୁରୁଷ ବର୍ଗରେ ବାସକେଟ୍ ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ୯ରୁ ୧୨ତାରିଖ ପର୍ଯ୍ୟନ୍ତ ଇଣ୍ଡୋର ଷ୍ଟାଡିୟମରେ ବାଳକ, ବାଳିକା ଓ ମହିଳା ଓ ପୁରୁଷ ବର୍ଗରେ ବ୍ୟାଡମିଂଟନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ୯ତାରିଖ ଅପରାହ୍ନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାଳିକାମାନଙ୍କ ମଧ୍ୟରେ ସ୍ଳୋ ସାଇକେଲ ରେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପରେ ୧୦ ତାରିଖ ସକାଳେ ସ୍ଥାନୀୟ କୋରାପୁଟ ଛକ ଠାରେ ବରିଷ୍ଠ ନାଗରିକ ଉଭୟ ମହିଳା ଓ ପୁରୁଷଙ୍କୁ ନେଇ ପାଦଚଲା ପ୍ରତିଯୋଗିତା ଏବଂ ଅପରାହ୍ନ ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାଳକ ଓ ବାଳିକା କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରି ୧୧ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅପରାହ୍ନ ସାଢେ ୩ଟାରୁ ପୁରୁଷ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉକ୍ତ ଦିନ ସକାଳେ ସ୍ଥାନୀୟ ରିଲାଏନ୍ସ ମାର୍ଟ ଠାରୁ ଉଭୟ ମହିଳା ଓ ପୁରୁଷଙ୍କ ମାରାଥନ୍ ପ୍ରତିଯୋଗିତା ସହ ସକାଳ ୯ଟା ସମୟରେ ଲାୟନ୍ସ କ୍ଳବ ସମ୍ମିଳନୀ କକ୍ଷରେ ଚଇତି ଶ୍ରୀ ସୁନ୍ଦର ସ୍ୱାସ୍ଥ୍ୟ ମଧ୍ୟ ଅନୁଷ୍ଠିତ ହେବ । ପୁଣି ୧୨ତାରିଖ ସକାଳେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଦିବ୍ୟାଙ୍ଗଙ୍କ ମଧ୍ୟରେ ଟ୍ରାଇ ସାଇକେଲ୍ ପ୍ରତିଯୋଗିତା ସହ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କିନ୍ନରଙ୍କ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିସହ ଚଇତି କ୍ର୍ରୀଡା ମହୋତ୍ସବର ଶେଷ ଦିନରେ ୧୩ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କବାଡି ଓ ଭଲିବଲ୍ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଏବଂ ଅପରାହ୍ନରେ ସିଭିଲ୍ ସୋସାଇଟି, ଗଣମାଧ୍ୟମ ଏବଂ ଓକିଲ ସଂଘ ମଧ୍ୟରେ ରଶି ଟଣା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଚଇତି କ୍ରୀଡା ମହୋତ୍ସବ କମିଟି ପକ୍ଷରୁ ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.