ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବଡ଼ଧାପୁର ଗ୍ରାମର ଯୁବକ ସଙ୍ଘ ଓ ଜିଲ୍ଳା ଏଥେଲେଟିକ ଆସୋସିଆସନ୍ କଳାହାଣ୍ଡି ର ମିଳିତ ଅନୁକୂଲ୍ୟରେ ଦିବା ରାତ୍ର ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗତ ଡିସେମ୍ବର ୨୬ ରୁ ୨୯ ଗ୍ରାମ ପଞ୍ଚାୟତ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହୋଇଥିଲା । ଗତକାଲି ୭/୧ ଶନିବାର ତୁଲାପଡା ହାଇସ୍କୁଲ ପଡ଼ିଆରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହା ଆସନ୍ତା ୧୦ ପର୍ଯ୍ୟନ୍ତ ଚାଲିବ । ଏହାର ଅଂଶ ବିଶେଷ ଭାବରେ ଜିଲ୍ଲା ସ୍ତରୀୟ ଭଲିବଲ ପ୍ରତିଯୋଗୀତା ବଡଧାରପୁର ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ କଳାହାଣ୍ଡି କିଲ୍ଲା ସ୍ତରୀୟ ଭଲିବଲ ଦଳ ଚୟନ କରାଯାଇଥିଲା। ଏହି ଦଳ ରାଜ୍ୟ ସ୍ତରୀୟ ପ୍ରତିଯିଗୀତରେ ଅଂଶ ଗ୍ରହଣ କରିବ।
ଏହି ଭଳିବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶାନ୍ତପୁର ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଟିକେଧର ସାହୁ, ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ପ୍ରତିନିଧି ଟୁକୁଲାଲ ସାହୁ, ବଡ ଧାରପୁର ସମିତି ସଭ୍ୟ ବିଜୟ ହରପାଲ,କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅତିଥି ଭାବେ ସଭାପତି ଓଡିଶା ଅଲମ୍ପିକ ଆସୋସିଏସନ ଜଗମୋହନ ପଟ୍ଟନାୟକ, ସାଧାରଣ ସମ୍ପାଦକ ଡିଏଏ କଳାହାଣ୍ଡି, ଏଥେଲେଟିକ ସମ୍ପାଦକ ଡିଏଏ ସୁନିଲ କୁମାର ବେହେରା କ୍ରିକେଟ ସମ୍ପାଦକ ଡି ଏ ଏ ଜିତେନ୍ଦ୍ର ପଟ୍ଟନାୟକ, ପୂର୍ବତନ ଆଇ ପି ସମ୍ଭୁପ୍ରସାଦ ରାଉତ, ନର୍ଲା ବ୍ଲକ ଶିକ୍ଷା ଅଧିକାରୀ,ତପିମଣି ଜାନୀ, ଆଡ଼ଭୋକେଟ କ୍ଷୀତିଶ ଚନ୍ଦ୍ର ମହାପାତ୍ର, ସିଆରସିସି ସୁଜିତ କୁମାର ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।
ଉକ୍ତ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା, ତୁଣ୍ଡଲା, ସରିଆଁ, ଭବାନୀପାଟଣା, ବନ୍ଧପଡା, ଭାଟେଲ ,ତିତକେଲା, ରାକ୍ସି ଏବଂ ବଡ଼ଧାରପୁର ପ୍ରମୁଖ ୯ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ତୁଣ୍ଡଲା ଓ ଭବାନୀପାଟଣା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭବାନୀପାଟଣା ଦଳ ଚାମ୍ପିୟାନ ହୋଇଥିଲେ । ଉତଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଜୟ ମେହେର ସମିତି ସଭ୍ୟ ଶାନ୍ତପୁର, ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ ।
ଉକ୍ତ ପ୍ରତିଯୋଗିତାରେ ରେଫ୍ରି ଭାବେ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇ ପୂର୍ବତନ ଜିଲା କ୍ରୀଡା ଅଧିକାରୀ ମାଲକାନଗିରି, ରାଜେନ୍ଦ୍ର ପ୍ରସାଦ ବଢ଼େଇ ପୂର୍ବତନ ଜିଲା କ୍ରୀଡ଼ା ଅଧିକାରୀ ବଲାଙ୍ଗୀର, ମଳୟ କୁମାର ବିଶ୍ୱାଳ ରାଜ୍ୟ ସ୍ତରୀୟ ଭଳିବଲ ରେଫ୍ରି, ଚନ୍ଦ୍ର ମୋହନ ବିଶ୍ୱାଳ ରାଜ୍ୟ ସ୍ତରୀୟ ଭଳିବଲ ରେଫ୍ରି ଏବଂ ନେପାଳ ଚନ୍ଦ୍ର ବିଶ୍ୱାଳ, ତୁଷାର କାନ୍ତ ସା ଏବଂ ସ୍କୋରିଂ ଦାୟିତ୍ୱ ରେ ଫାଲାଗୁନି ପ୍ରଧାନ ଅଧ୍ୟକ୍ଷ ଲାଞ୍ଜିଗଡ଼ କଲେଜ ପ୍ରମୁଖ କ୍ରୀଡ଼ାକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରେ ବଡ଼ଧାରପୁର ଯୁବକ ସଙ୍ଘର ସମ୍ପାଦକ ସତ୍ୟ ମାଝୀ ଏବଂ ଉକ୍ତ କ୍ଲବର ସଦସ୍ୟ ମନୋଜ କୁମାର ପ୍ରଧାନ, ସୁଧାଂଶୁ ପ୍ରଧାନ, ବିବେକାନନ୍ଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।