କୋକସରାରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ସଦର ମହକୁମା କସ୍ତୁରବା ଖେଳ ପଡିଆ ଠାରେ ରବିବାର ବିଜେଡ଼ି ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରଥମେ ସମସ୍ତ ଅତିଥି ମଞ୍ଚାସୀନ ହେବାପରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନିରବ ପ୍ରାର୍ଥନା କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ମୂଳକ ଯୋଜନା କିପରି ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ କାର୍ଯ୍ୟକରିବା ପାଇଁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା କଲ୍ୟାଣୀ ନାଏକ, ଧର୍ମଗଡ଼ ବ୍ଳକ ସଭାପତି ଟିକମନ ଯାଦବ, ଧର୍ମଗଡ଼ ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର, ଆରଏମସି ଉପାଧ୍ୟକ୍ଷ ବିବେକ ମିଶ୍ର, ଧର୍ମଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଯୁଏଡ, କଲମପୁର ଜୋନ୍-୧ ଜିଲ୍ଲାପରିଷଦ ସଭ୍ୟା ନିବେଦିତା ହଂସ, ଜିଲ୍ଲା ଏସଟି ସେଲ୍ ସଭାପତି ଇଂ ସୁଶିଲ କୁମାର ଶବର, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ଗୋପିନାଥ ମହାନନ୍ଦ, ଦୁର୍ଗା ପ୍ରସାଦ ନାଏକ, ଜିଲ୍ଲା ସମ୍ପାଦକ ପିଣ୍ଟୁ ତିୱାରୀ, କୋକସରା ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, କୋକସରା ସରପଞ୍ଚ କିଶୋର ପ୍ରଧାନୀ ପ୍ରମୁଖ ମଞ୍ଚାସୀନ ହେଇଥିଲେ।

ଏହି ଅବସରରେ ଧର୍ମଗଡ଼, କୋକସରା ଓ କଲମପୁର ବ୍ଲକର ଦଳୀୟ ବରିଷ୍ଠ ଓ ସକ୍ରିୟ ସଦସ୍ୟ ମାନଙ୍କୁ ଉପଢ଼ୌକନ ଦେଇ ବିଧାୟକ ଓ ଜିଲ୍ଲା ସଭାପତି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ଧର୍ମଗଡ଼ ପ୍ରତିନିଧି ସ୍ବାଧୀନ ବାଗ, କଲମପୁର ପ୍ରତିନିଧି ସଦା ଚନ୍ଦନ, କୋକସରା ବ୍ଲକ ସଭାପତି ସୁଶାନ୍ତ ବେହେରା, ବ୍ଳକ ସମ୍ପାଦକ ପଞ୍ଚକ ପୋଡ଼, ସୁରେଶ ଚନ୍ଦ୍ର ସାହୁ, ନରେନ୍ଦ୍ର ଧଙ୍ଗଡାମାଝୀ, ମହେଶ ଗୁପ୍ତା, ଛାତ୍ର ବିଜେଡ଼ି ସଭାପତି ମାନସ ରଞ୍ଜନ ବେହେରା, ଆଶୁତୋଷ ପୁରୋହିତ, କୁମୁଦ ବେହେରା, ଧର୍ମାନନ୍ଦ ନାଏକ, ତାପସ ରାୟ, ଅରକ୍ଷିତ ଭଇଁସାଲ ସମେତ ଶତାଧିକ ଦଳୀୟ ମହିଳା ଓ ପୁରୁଷ କର୍ମୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.