ସେବା ସଂସ୍ଥା ପକ୍ଷରୁ ଆବଶ୍ୟକତା ଅନୁଭବ କରୁଥିବା ବ୍ୟକ୍ତିମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ  

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଟିଟିଲାଗଡ଼ର ସେବା ସଂସ୍ଥା ପକ୍ଷରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରାକ୍ସି ପଞ୍ଚାୟତ ଅନ୍ତର୍ଗତ ଦେବଗିରି ମଠ ବୁଢୀପଦର ପରିସରରେ ଆଜି ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ସଂସ୍ଥାର ଉପସଭାପତି ରାଜେନ୍ଦ୍ର ବେନିଆଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷା ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ତଥା ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିଜୟ ଧଙ୍ଗଡାମାଝୀ, ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ସେବା ସଂସ୍ଥାର କାର୍ଯ୍ୟକାରୀ ସଂପାଦକ ଡିଙ୍ଗର ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ବୁଢୀପଦର, ଖାଇଚୁଆଁ, ରାକ୍ସି ଓ ଗୋଖରା ଗ୍ରାମର ଆବଶ୍ୟକତା ଅନୁଭବ କରୁଥିବା ବ୍ୟକ୍ତିମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସେବା ସଂସ୍ଥାର ଯୁଗ୍ମ ସମ୍ପାଦକ ମଧୁ ବାଗ ସହଯୋଗ କରିଥିଲେ।
ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୦୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ସେବା ସଂସ୍ଥା ଟିଟିଲାଗଡ଼ ବର୍ତ୍ତମାନ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ସୁବର୍ଣ୍ଣପୁର ଆଦି ୪ଟି ଜିଲ୍ଲାରେ ତା’ର କାର୍ଯ୍ୟକ୍ରମ ଜାରୀ ରଖିଛି। ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଜୀବନ ଜୀବିକା, ଦିବ୍ୟାଙ୍ଗ ଓ କୁଷ୍ଠରୋଗୀଙ୍କ ଉପରେ କାର୍ଯ୍ୟ କରୁଛି ସେବା ସଂସ୍ଥା। ଆଜି ପାଇଲଟ ପ୍ରୋଜେକ୍ଟ ଭାବରେ ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ପଞ୍ଚାୟତର ବୁଢୀପଦର ଠାରେ ଏହି ସଂସ୍ଥା ତା’ର ସେବା କାର୍ଯ୍ୟ ଆରମ୍ଭ କରିଛି। ଜଳ ଜୀବନ ମିଶନ ମାଧ୍ୟମରେ ଏହି ସଂସ୍ଥା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ଗତ କିଛି ଦିନ ହେଲା କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ହାଡ଼ଭଙ୍ଗା ଜାଡ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ଶୀତ ଯୋଗୁଁ ଅସହ୍ୟ ବେଦନା ସହ୍ୟ କରୁଛନ୍ତି ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ଓ ଅସହାୟ ଲୋକ। ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ର ସେବା ସଂସ୍ଥା ଆବଶ୍ୟକତା ଅନୁଭବ କରୁଥିବା ଲୋକମାନଙ୍କ ପାଖରେ ପହଞ୍ଚି ଶୀତ ବସ୍ତ୍ର ପ୍ରଦାନ କରିଛି।  ସଂସ୍ଥାର ଏହି ଜନକଲ୍ୟାଣକାରୀ କାର୍ଯ୍ୟଧାରାକୁ ଢେର୍ ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.