ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଶ୍ରୀମଦ୍ ଭଗବଦ୍ ଗୀତା ଦ୍ବାଦଶ ଅଧ୍ୟାୟ: ଭକ୍ତି ଯୋଗଃ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏବଂ ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କେନ୍ଦ୍ରାପଡାରୁ ଶିଶୁକବି ସୁଶ୍ରୀ ଦିବ୍ୟାଂଶୀ ମହାନ୍ତି ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ, ସମସ୍ତଙ୍କୁ ଶୁଭେଚ୍ଛା ଓ ସୁସ୍ବାଗତ କରିଥିଲେ ।
ପବିତ୍ର ଗୀତାମୃତ କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ବଡ଼ଭାଇ ବିଶ୍ବେଶ୍ବର ମାଝୀ, କେନ୍ଦ୍ରାପଡାରୁ ବନଲକ୍ଷ୍ମୀ ମହାନ୍ତି, ଯାଜପୁରରୁ ବିନୋଦିନୀ ଦାଶ, ବାଲେଶ୍ଵରରୁ ପ୍ରଶାନ୍ତ କୁମାର ରାଉଳ, ତେଲେଙ୍ଗାନାରୁ ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ଇତ୍ୟାଦି ୫ଜଣ ସତସଙ୍ଗୀ ଭାଇଭଉଣୀ ଭକ୍ତିଯୋଗଃର ଶେଷ ୧୦ଟି ଶ୍ଲୋକ ପାରାୟଣ କରିଥିଲେ । ଦ୍ବାଦଶ ଅଧ୍ୟାୟ ଭକ୍ତି ଯୋଗଃର ଦଶଟି ଶ୍ଲୋକ ଖୁବ ସୁନ୍ଦର ତାତ୍ତ୍ବିକ ଆଲୋଚନା କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଦାଶ ମହୋଦୟ ।
ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ଦାଶ ମହାଭାଗ । ପୂର୍ବାପର ଏକାଦଶ ଅଧ୍ୟାୟ ସହ ଦ୍ବାଦଶ ଅଧ୍ୟାୟକୁ ଉଚ୍ଚକୋଟୀର ବର୍ଣ୍ଣନା କରିଥିଲେ।
ଯେ ନିନ୍ଦା ଓ ସ୍ତୁତିରେ ସମଭାବାପନ୍ନ, ମନନଶୀଳ, ଯେନତେନ ପ୍ରକାରେ ସନ୍ତୁଷ୍ଟ, ଶରୀର, ବାସସ୍ଥାନ ପ୍ରତି ମମତା-ଆସକ୍ତିରହିତ ଓ ସ୍ଥିରବୁଦ୍ଧିଯୁକ୍ତ, ସେହି ଭକ୍ତିମାନ୍ ମନୁଷ୍ୟ ମୋର ପ୍ରିୟ ଅଟେ । କିନ୍ତୁ ଯେଉଁ ଶ୍ରଦ୍ଧାଶୀଳ ଓ ମତ୍ପରାୟଣ ଭକ୍ତମାନେ ଏହି ଧର୍ମମୟ ଅମୃତକୁ ପୂର୍ବ କଥନ ଅନୁସାରେ ଉତ୍ତମରୂପେ ସେବନ କରନ୍ତି, ସେମାନେ ମୋର ଅତ୍ୟନ୍ତ ପ୍ରିୟ ବୋଲି ଯୋଗେଶ୍ବର ଶ୍ରୀକୃଷ୍ଣ ଉକ୍ତ ଶ୍ଲୋକରେ କହିଛନ୍ତି ।

ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଭାବବିହ୍ବଳିତ ହୋଇ ପଣ୍ଡିତଙ୍କ ବ୍ୟାଖ୍ୟା ଉପଭୋଗ କରିଥିଲେ। ବଡ଼ଭାଇ, ସଂଯୁକ୍ତା ରାଉତ, ପ୍ରମୋଦ କୁମାର ପଣ୍ଡା ଇତ୍ୟାଦି ବହୁ ଜ୍ଞାନୀ ଗୁଣୀ ପଣ୍ଡିତଜୀଙ୍କର ଏତାଦୃଶ ଆଲୋଚନାକୁ ଭୁରି ଭୁରି ପ୍ରଶଂସା କରିଥିଲେ। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ  ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ । ସଭାପତିଙ୍କ ଅନୁମୋଦନ କ୍ରମେ ଗୀତାମୃତ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.