ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଚିନାପଡିଆ ଠାରେ ବିଜେପି କର୍ଲାମୁଣ୍ଡା ସଭାପତି ସଂଜୟ ଜୈନ ଓ ଯୋରାଡବ୍ରା ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ନେତୃତ୍ୱର ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲାସଭାପତି ଦୈବେନ୍ଦ୍ର ମହାନ୍ତି, ଉପସଭାପତି ପ୍ରଶାନ୍ତ କୁମାର ସାହୁ, ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ୍ୟା ନମିତାରାଣୀ ସାହୁ, ଲାଞ୍ଜିଗଡ ୨୦୧୯ ଲଢିଥିବା ବିଜେପି ବିଧାୟକ ପ୍ରାର୍ଥି ରମେଶ ମାଝୀ, ଧର୍ମଗଡ ୨୦୧୯ ଲଢିଥିବା ବିଧାୟକ ପ୍ରାର୍ଥି ମନୋଜ ମେହେର, କ ଯୋନର ପ୍ରଭାରୀ ଘନଶ୍ୟାମ ଗହିର ପ୍ରମୁଖ ମଞ୍ଚାସିନ ରହି ଆଗାମି ୨୦୨୪ ନିର୍ବାଚନ ମଇଦାନରେ କିପରି ଓଡିଶାକୁ ବିଜେପି ସରକାର ଗଢିବ ସେ ଉପରେ ଆଲୋକପାତ କରିଥିଲେ।କର୍ଲାମୁଣ୍ଡା ବ୍ଲକର ବିଜେପି ଦଳର ବୁଥ ସଭାପତି, ଶକ୍ତି ପ୍ରମୁଖ, ମୋର୍ଚ୍ଚା ସଭାପତି, ସଂପାଦକ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଓବିସି ମୋର୍ଚାର ରାଜ୍ୟ ଉପ ସଭାପତି ରାମଚନ୍ଦ୍ର ବେହେରା, ନର୍ଲା ନିର୍ବାଚନ ମଣ୍ଡଳୀ ୨୦୧୯ ଲଢିଥିବା ନେତା ଅନିରୁଦ୍ଧ ପଧାନ, ବିଜେପିର ବରିଷ୍ଟ ନେତା ଗୋବିନ୍ଦ ସାହୁ, ବିଘ୍ନରାଜ ସାହୁ, ଡୋଲାମଣୀ ଭୋଇ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ପ୍ରଭାତି ଭୋଇ, ଡୋଲାମଣୀ ଭୋଇ, ଦୟାନିଧି ସାହୁ, ବଲ୍ଲଭ ସାହୁ, ଲିଙ୍ଗରାଜ ସାହୁ, ସନ୍ତୋଷ ବେହେରା, ନବିନ ସାହୁ, ଶୁଭ୍ରାଶୁଂ ସାହୁ, ଝାଜମଲ ସାହୁ, ଚିତ୍ରସେନ ସାହୁ, ରାଜେନ୍ଦ୍ର ମିଶ୍ର, ପ୍ରମୁଖ ସହଯୋଗ କରିଥିଲେ।ବିଜେପିର କାର୍ଯ୍ୟାକଳାପ ଓ ଶାନ୍ତି ମୈତ୍ରୀକୁ ଦେଖି ବିଜେଡି ଓ କଂଗେସର ଶତାଧିକ ମହିଳା ଓ ପୁରୁଷ ବିଜେପି ଦଳରେ ସାମିଲ ହୋଇଥିଲେ। ବିଜେପି ନେତା ଗଣେଷ କୁମାର ଓ ରାଜେନ୍ଦ୍ର ମିଶ୍ର ମଞ୍ଚ ପରିଚାଳନା କରିଥିବା ଯୋରାଡବ୍ରା ମଣ୍ଡଳ ସଭାପତି ଦଶରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।