ଆମପାଣି ବୁଢାରଜା ପୀଠରୁ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ମଶାଲ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି କଳା ସଂସ୍କୃତି, ଐତିହ, ପରମ୍ପରା, ଲୋକଗୀତ, ଲୋକନୃତ୍ୟ, ଲୋକକ୍ରୀଡା ର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୩ ପାଇଁ କଳାହାଣ୍ଡି ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଧିପନା ସୃଷ୍ଟି ହୋଇଛି l ଜାନୁଆରୀ ୧୪ରୁ୧୭ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଭବାନୀପାଟଣା ସ୍ଥିତ ଲାଲବାହାଦୁରଶାସ୍ତ୍ରୀ ଷ୍ଟାଡିଅମ ରେ ଅନୁଷ୍ଠିତ ହେବ l ଏଥିପାଇଁ ଆଜି କଳାହାଣ୍ଡି ତଥା କୋକସରା ବ୍ଲକ ଆମପାଣି ର ଆରାଧ୍ୟ ଦେବ ବୁଢାରଜାଙ୍କ ପୀଠ ରୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ତତ୍ୱାବଧାନ ରେ ମଶାଲ ଯାତ୍ରା ବାହାରି ଉତ୍ସବ ପଡିଆରେ ସ୍ଥାପିତ ହେବା କାର୍ଯ୍ୟକ୍ରମ ରହିଥିଲା l ଜିଲ୍ଲା ସାଂସ୍କୃତି ପରିଷଦ ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଆମପାଣି ବୁଢାରଜା ପୀଠ ରୁ ବାହାରି ଥିବା ଏହି ମଶାଲ କୁ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ବ୍ଲକ ଆତ୍ମାକମିଟି ସଭାପତି ଋତୁରାଜ ମାଝୀ, ବରାଡ଼ଙ୍ଗା ସମିତି ଗୁପ୍ତେଶ୍ୱର ବାଗ, ସିଉନି ଯୁବକ୍ରିୟାନୁଷ୍ଠାନ କମିଟି ସଭାପତି ଭୁବନେଶ୍ୱର ଦିଶାରୀ, ସମାଜସେବୀ ମନୋରଞ୍ଜନ ବାଣୁଆ ପ୍ରମୁଖ ମଶାଲ ଯାତ୍ରାର ଶୁଭମନାସି ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆମପାଣିରୁ ବାହାରିଥିବା ଏହି ମଶାଲକୁ ଆମପାଣି ବୁଢାରଜା ଉଚ୍ଚବିଦ୍ୟାଳୟ, ସିଉନି କ୍ରିୟାନୁଷ୍ଠାନ କମିଟି, କାଉଡୋଳା ଉଚ୍ଚବିଦ୍ୟାଳୟ,କୋକସରା ଡିଗ୍ରୀ କଲେଜ ର ଯୁବରେଡ଼କ୍ରସ ପରାମର୍ଶ ଦାତା ସୁବ୍ରତ ବେହେରା, କଲେଜ ଅଧ୍ୟକ୍ଷ ଗୁଣାକାର ପଣ୍ଡା,ସମାଜସେବୀ ପୁରୁଷୋତ୍ତମ ଗୁପ୍ତା ସ୍ୱାଗତ କରିଥିବା ବେଳେ କୋକସରା ବ୍ଲକ କାର୍ଯ୍ୟାଳୟ ଠାରେ ବିଡ଼ିଓ ଉତ୍ତମ କୁମାର ବାଗ ଓ ବ୍ଲକ କର୍ମଚାରୀ ମାନେ ସ୍ୱାଗତ କରିଥିଲେ l ସେହିପରି ମୋଟେର ଠାରେ ସମିତି ସଭ୍ୟା ଉଆଁସୀ ପାନ, ଗୋବିନ୍ଦ ପାନ, ପରମେଶ୍ୱର ପାଳ, ୱାର୍ଡ ସଭ୍ୟ ଫକୀର ଭାଟି, ଚାରୁଜାଲ ପ୍ରମୁଖ ସ୍ୱାଗତ କରି ସଫଳ ଯାତ୍ରା ପାଇଁ ଶୁଭେଚ୍ଛା ଜଣେଇ ଥିଲେ l ନେହେରୁ ଯୁବକେନ୍ଦ୍ର ରାଷ୍ଟ୍ରୀୟ ସ୍ବେଛାସେବୀ ତଥା ପ୍ରକୃତି ବନ୍ଧୁ କୋପ୍ନେଶ୍ଵର ବେମାଲ, ସ୍ବେଛାସେବୀ ଚରଣସିଂ ବାଗ, ଦୂର୍ମାନ୍ୟ ଶବର, ଠାକୁର ନାଏକ, ଭୂପେନ୍ଦ୍ର ମାଝୀ, ମନୋରଞ୍ଜନ ଗହୀର ପ୍ରମୁଖ ମଶାଲ ଯାତ୍ରା ସଫଳ କରିବା ପାଇଁ ଯାତ୍ରାରେ ବାହାରିଥିଲେ l

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.