ପୁରୁଷ ହକି ବିଶ୍ଵକପର ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପୁରୁଷ ହକି ବିଶ୍ୱକପର ସଚେତନତା ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ତଥା ଫଟୋ ଉତୋଳନ, ସେଲଫି ପଏଣ୍ଟ ଇତ୍ୟାଦି ଅନୁଷ୍ଟିତ ହୋଇଛି। ସେଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରଶନ୍ନ କୁମାର ଗନ୍ତାୟତ ଓ କ୍ରିଡ଼ା ସଂସଦର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ। ସୂଚନା ଥାଉକି ଗତ ୧୦ତାରିଖ ଦିନ ଜିଲ୍ଲାପାଳ ମଧ୍ୟ ଛାତ୍ରଛାତ୍ରୀ ଗହଣରେ ରହି ହକି ବିଶ୍ଵକପର ସେଲ୍‌ଫି ପଏଣ୍ଟରେ ଫଟୋ ଉତୋଳନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୧୧ ତାରିଖ ଦିନ ଅପରାହ୍ନ ୬ ଘଣ୍ଟିକା ସମୟରେ ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବର ସିଧା ପ୍ରସାରଣ ଏଲ୍‌ ସି ଡ଼ି ପରଦା ମାଧ୍ଯମରେ ମହାବିଦ୍ୟାଳୟର ସମ୍ମୀଳନୀ କକ୍ଷରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ବହୁ ସଂକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା। ସୁଚ଼ନା ଥାଉକି ଏହି ହକି ବିଶ୍ଵକପ୍ ଉପଲକ୍ଷେ ଡିସେମ୍ବର ୩୦ ତାରିଖରେ ଛାତ୍ରଛାତ୍ରୀ ଓ ବିଭିନ୍ନ ପଦାଧିକାରୀମାନଙ୍କର ଗୋଟିଏ ବିରାଟ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଜି.ସି.ଡ଼ି. ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ହକି ବିଶ୍ଵକପକୁ ସ୍ଵାଗତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳର କ୍ରୀଡ଼ା ସଂସଦର କର୍ମକର୍ତା ମାନେ ପରିଚାଳନା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.