କଳାହାଣ୍ଡି ଉତ୍ସବ ପାଇଁ ଲାଞ୍ଜିଗଡ଼ର ପ୍ରସିଦ୍ଧ ଭୈରବପୀଠରୁ ବାହାରିଲା ମଶାଲ ଶୋଭାଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସଂସ୍କୃତି ଓ ଐତିହ୍ୟର ଅନନ୍ୟ ବାର୍ତ୍ତବାହ କଳାହାଣ୍ଡି ଉତ୍ସବ ଚଳିତ ବର୍ଷ ରୌପ୍ୟଜୟନ୍ତୀ ପାଳନ କରୁଥିବାବେଳେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଉପଲକ୍ଷେ ଆଜି ଲାଞ୍ଜିଗଡ଼ ପ୍ରତ୍ୟକ୍ଷ ଐତିହାସିକ ଭୈରବପୀଠରୁ ୨୫ତମ ଏହି କଳାହାଣ୍ଡି ଉତ୍ସବ ପାଇଁ ଏକ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ସକାଳେ ୧୧ଘଣ୍ଟା ସମୟରେ ପୀଠରେ ପୂଜାର୍ଚ୍ଚନା କରାଯିବା ସହିତ ପ୍ରତୀକ ମଶାଲ ଏକ ଭବ୍ୟ ଶୋଭାଯାତ୍ରାରେ ମୁଖ୍ୟ ଉତ୍ସବ ସ୍ଥଳ ଭବାନୀପାଟଣା ଉପଲକ୍ଷେ ବାହାରିଥିଲା। ଆୟୋଜକ କମିଟି ଜିଲ୍ଲା ସାଂସ୍କୃତିକ ପରିଷଦ ଓ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ନେହେରୁ ଯୁବକେନ୍ଦ୍ର ଜିଲ୍ଲା ସଦସ୍ୟ ଜିତେନ୍ଦ୍ର ନାଏକ ଓ ପ୍ରଗତି ଯୁବକେନ୍ଦ୍ର ସଭାପତି କିଶୋର କୁମାର ଘଡେ଼ଇ ସମେତ ଲାଞ୍ଜିଗଡ଼ ଜନ ସାଧାରଣ ତରଫରୁ ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା,

Udyog Nursery
Udyogi Nursery

ଲାଞ୍ଜିଗଡ଼ର ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ଲାଞ୍ଜିଗଡ଼ ହରିହର ସାଂସ୍କୃତିକ ଅନୁଷ୍ଠାନ ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗଡ଼ ଯୁବକ ସଂଘ ସଭାପତି ହିମାଦ୍ରୀ ପେଶନିଆ, ସମାଜସେବୀ ଶ୍ରୀମୁଖ ଅଗସ୍ତି, ନାଏବ ସରପଞ୍ଚ, ସାମ୍ବାଦିକ କ୍ଷମାନିଧି ମହାଖୁଡ଼ ଓ ରମେଶ କୁମାର ନାୟକଙ୍କ ସମେତ ଲାଞ୍ଜିଗଡ଼ ଯୁବକ ସଂଘର କର୍ମକର୍ତ୍ତା, ଲାଞ୍ଜିଗଡ଼ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଲାଞ୍ଜିଗଡ଼ ପ୍ରସିଦ୍ଧ ଐତିହାସିକ ଭୈରବପୀଠରୁ ମଶାଲ ଧରି ଭବାନୀପାଟଣା ଅଭିମୁଖେ ବାହାରିଥିଲେ।

ସେହିପରି ବିଶ୍ୱନାଥପୁର ଠାରେ ପହଁଚିବା ପରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ପାହାଡ଼ପଦର ସମିତି ସଭ୍ୟ ଜଗଦୀଶ ବେନିଆ,ଏବିଡ଼ିଓ ବିଭୁତି ଭୂଷଣ ସତପଥୀ, ଜିପିଓ ସରୋଜ କୁମାର ପ୍ରଧାନ, ଗିରିଧାରୀ ରଣା, ସିଦ୍ଧାନ୍ତ ବେନିଆଙ୍କ ସମେତ ବିଶ୍ୱନାଥପୁର ଜନସାଧାରଣ ମଶାଲ ଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ବିଶ୍ୱନାଥପୁରଠାରୁ ବାହାରି କିଡିଙ୍ଗ ଛକ ଠାରେ ଲାଞ୍ଜିଗଡ଼ ସରପଞ୍ଚ ମମତା ଶବର, କାର୍ଯ୍ୟନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତି, ମଶାଲ କମିଟି ସଦସ୍ୟ ଇଶ୍ଵର ବଗର୍ତ୍ତୀଙ୍କ ସମେତ ଗ୍ରାମବାସୀ ଭବ୍ୟ ସ୍ବାଗତ କରିଥିଲେ।

ସେହିପରି ସାନ୍ତପୁର ଠାରେ ଜନସାଧାରଣଙ୍କ ତରଫରୁ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ରାତ୍ରିରେ ସେଠାରେ ରହି ଆସନ୍ତା କାଲି ବାହାରି ସକାଳ ୧୦ ଘଣ୍ଟା ସମୟରେ ମଶାଲ ଯାତ୍ରୀମାନେ ଭବାନୀପାଟଣା ପହଞ୍ଚି ମାଶାଲ ଯାତ୍ରାରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.