ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ ନିଲେଶ କୁମାର ନାଗ): ଲାଞ୍ଜିଗଡରୋଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି । ଗତ ୪/୧ ବୁଧବାର ଉଦଘାଟିତ ହୋଇଥିଲା ଏହି ଆତ୍ମ ସୁରକ୍ଷା ଶିବିର । କଲେଜ ଅଧ୍ୟକ୍ଷ ତଥା ଶିବିରର ସଭାପତି ଜୟକୃଷ୍ଣ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ମୂଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରୀ ମାନେ ଆତ୍ମ ସୁରକ୍ଷା ପାଇଁ ୯ ଦିନ ଧରି ନେଇଥିବା ତାଲିମ ନିଜକୁ ବିପଦ ପଡିଲେ ଭବିଷ୍ୟତ ରେ କାର୍ଯ୍ୟରେ ସଦ ବିନିଯୋଗ କରିବା ପାଇଁ ପରାମର୍ଷ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ସମାଜ ସେବୀ ହରିଶଙ୍କର ପାତ୍ର, କଲେଜ କର୍ମଚାରୀ ସନ୍ତୋଷ ଦାସ, କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ଯୁକ୍ତ ଦୁଇ ମହା ବିଦ୍ୟାଳୟର ଭୂଗୋଳ ଅଧ୍ୟାପକ ସରୋଜ କୁମାର ଜେନା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ସମାଜରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା କୌଶଳ ଶିଖିବା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ ।
ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ନିକୁଞ୍ଜ ଭୋଇ ମଞ୍ଚ ପରିଚାଳନା କରିଥିଲେ । ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଦେବା ପାଇଁ ମାଷ୍ଟର ଟ୍ରେନର ଭାବରେ ରୋଜାରାଣୀ ପାତ୍ର ଓ ଶୈଳ ମାଝୀ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କଲେଜର ପ୍ରଥମ ବର୍ଷର ୭୪ ଜଣ ଛାତ୍ରୀ ଏହି ଶିବିରରେ ପ୍ରଶିକ୍ଷଣ ନେଇଥିଲେ । ଜୁନିୟର କଲେଜ ର କ୍ରୀଡା ଶିକ୍ଷକ ରଞ୍ଜନ କୁମାର ଘଡେଇ ଓ କଲେଜ କର୍ମଚାରୀ ସୁବାଷ ଚନ୍ଦ୍ର ବାଗ ପରିଚାଳନା ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଶ୍ରୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।