ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଶୋଭାଯାତ୍ରା

ନୂଆପଡା,୧୯/୪ : ଆଜି ସ୍ଥାନୀୟ ତେଲିପଡା ଠାରୁ ବଜରଙ୍ଗ ଦଳ ନୂଆପଡା ତରଫରୁ ହନୁମାନ ଜୟନ୍ତୀ ଉପଲକ୍ଷେ ଏକ ଶୋଭାଯାତ୍ରା ବାହାରି ନୂଆପଡା ନଗର ପରିକ୍ରମା କରିଥିଲା । ସର୍ବ ପ୍ରଥମେ ତେଲିପଡା ସ୍ଥିତ ହନୁମାନ ମନ୍ଦିରରେ ହନୁମାନ ଚାଳିଶା ପାଠ କରାଯାଇ ପୂଜାର୍ଚନା କରାଯାଇଥିଲା। ପରେ ପ୍ରସାଦ ବଣ୍ଟନ କରାଯାଇ ଘଣ୍ଟ ଦଳ ସହ ଜୟ ଶ୍ରୀରାମ ଓ ଜୟ ହନୁମାନ ନାରା ଦେଇ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା ।

ବଜରଙ୍ଗ ଦଳ ସଭାପତି  ରୋହିତ ସାହୁଙ୍କ ସଭାପତିତ୍ୱରେ ଏହି ଶୋଭାଯାତ୍ରା ସୁରୁଖୁରୁ ସମ୍ପାଦିତ ହୋଇଥିଲା । ଏଥିରେ ଦଳର ବିରୁ ମହାନନ୍ଦ, ହିତେଶ ସାହୁ, ପିଣ୍ଟୁ ସାହୁ, ରିଙ୍କୁ ସାହୁ, ରଘୁନାଥ ସାହୁ, ତାରା ସିଂ ପ୍ରମୁଖ ପରିଚାଳନା ଦାଇତ୍ୱ ତୁଲାଇ ଥିବା ବେଳେ ନୂଆପଡା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢ଼ୀ, ଯୁବ ଓକିଲ ବିଟୁ ପାଣିଗ୍ରାହୀ, ଯୁବ ନେତା ଅଭିନନ୍ଦନ ପଣ୍ଡା, ଅଭିଶେଖ ପଣ୍ଡା, ରିଙ୍କୁ ବଗର୍ତି, ସୋମ ପଣ୍ଡା, ଯୁବ ନେତା ଆଭାସ ପାଢ଼ୀ, ଆକାଶ ପାଢ଼ୀ, ଗୋପୀ ସୁନା, ଅନୁଜ ପାଢ଼ୀ, ବିଟୁ ପଣ୍ଡା, ଟିକୁ ସାହୁ, ନିକେଶ ନାଗ, ସାଜନ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.