ନୂଆପଡା,୨୦/୪ : ସଦର ବ୍ଲକ ସ୍ଥିତ ଲୁକୁପାଲି ଗ୍ରାମରେ ହରି ନାମ ମହାମନ୍ତ୍ର ୧୬ ପ୍ରହର ନାମଯଜ୍ଞ ପାଇଁ ଶୁକ୍ରବାର କଳସ ଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଲୁକୁପାଲି ହରଡା ବନ୍ଧରୁ କଳସ ଯାତ୍ରା ବାହାରି ତଳ ପଡା ଠାରେ ତିଆରି କରାଯାଇଥିବା ବେଦି ପର୍ଯ୍ୟନ୍ତ ଗାଁର ଅନେକ ମହିଳା ଓ ଯୁବତୀ କଳସ ମୁଣ୍ଡାଇ ଥିଲେ । ଏହି ନାମଯଜ୍ଞରେ କର୍ତ୍ତା ଭାବେ ଗାଁର କୁମରମଣି ହଂସ ଓ ଧନମତି ହଂସ ଦାଇତ୍ବ ନିର୍ବାହ କରିବେ । ଏଠାରେ ସୂଚନା ଯୋଗ୍ୟଯେ, ଏହି ଗାଁରେ ନାମଯଜ୍ଞ ଏହି ବର୍ଷ ନବମ ବର୍ଷରେ ପଦାର୍ପଣ କରିଛି । ଏଥିରେ ୨ଟି ମହିଳା କୀର୍ତନ ଦଳ ଓ ୫ ଟି ପୁରୁଷ କୀର୍ତନ ଦଳ ଆସି ନାମଧାରଣ କାର୍ଯ୍ୟ କରିବେ । ଏହି କାର୍ଯ୍ୟକ୍ରମ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଶେଷ ଦିନରେ ପୂର୍ଣାହୂତି ହେବ । ଶନିବାର ଠାରୁ ଠାରୁ ସୋମବାର ପର୍ଯ୍ୟନ୍ତ ଭକ୍ତ ବୃନ୍ଦଙ୍କ ପାଇଁ ଭଣ୍ଡାର ର ବ୍ୟବସ୍ଥା କରାଯାଇଥିବାର ନାମଯଜ୍ଞ କମିଟି ତରଫରୁ ସୂଚନା ଦିଆଯାଇଛି । କମିଟି ର ଶରତ ହଂସ, ଜାମୁ ରାଉତ, ବିହାରୀ ରାଉତ, ଗଣେଶ ରାଉତ, ଦେନାଥ ରାଉତ, ପୁସ୍କର ରାଉତ, ଅଗନୁ ରାଉତ, ଖେଦୁ ରାଉତ ଓ ସମସ୍ତ ଗ୍ରାମବାସୀ ବିଶେଷ ଭାବେ ସହଯୋଗ କରୁଛନ୍ତି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇