ଛାଡପତ୍ର ଖୁସିରେ ଧୁମ୍‌ଧାମ୍‌ରେ ଉତ୍ସବ ପାଳିଲେ ଲେଖିକା

ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ଧୂମ୍‌ଧାମରେ ବିବାହ ଉତ୍ସବ ପାଳିବା ଖୁବ୍ ସାଧାରଣ କଥା । କିନ୍ତୁ ଛାଡ଼ପତ୍ର ଖୁସିରେ ପାର୍ଟି କରିବା ଓ ପୁରା ଜୋସ୍‌ରେ ନାଚଗୀତରେ ମସ୍‌ଗୁଲ ହେବା କଥା ନିହାତି ଅଡ଼ୁଆ ଲାଗୁଥାଇପାରେ । ଏଭଳି ଘଟଣା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଲଣ୍ଡନର ଜଣେ ମହିଳା । ଲାସ୍ ଭେଗାସ୍ ସହରରେ ସେ ନିଜର କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ଏହି ଛାଡ଼ପତ୍ର ପାର୍ଟି ଆୟୋଜନ କରିଛନ୍ତି । ଲଣ୍ଡନର ରବେକା । ସେ ବୃତିରେ ଜଣେ ଲେଖିକା । ତାଙ୍କର ୬ ବର୍ଷ ତଳେ ବିବାହ ହୋଇଥିଲା । ତାଙ୍କ ବୈବାହିକ ଜୀବନ କିଛି ଦିନ ଖୁସିରେ କଟିଥିଲା । ହେଲେ କୌଣସି କାରଣକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ପରେ ସମୟ ଗଡିବା ସହିତ ଆପୋଷ ବୁଝାମଣା ଭିତରେ ସ୍ୱାମୀଙ୍କ ସହ ବ୍ରେକ୍‌ଅପ୍ ହେଲା । ନିଜର ବିବାହ ଉତ୍ସବରେ ରବେକା ଯେତିକି ଖୁସି ନ ଥିଲେ ତାଠାରୁ ଅଧିକ ଖୁସି ଥିଲେ ନିଜ ବ୍ରେକ୍‌ଅପ୍‌କୁ ନେଇ । ସେହି ଖୁସିରେ ଲାସ୍ ଭେଗାସ୍ ସହରରେ ଏକ ଉତ୍ସବର ଆୟୋଜନ କରିଥିଲେ । ଏଥିରେ ଆମେରିକାର ୧୪ ଜଣ ଅନ୍ତରଙ୍ଗ ସାଙ୍ଗଙ୍କୁ ଲାସ୍ ଭେଗାସ୍‌କୁ ନିମନ୍ତ୍ରଣ କରିଥିଲେ । ସମସ୍ତେ ସେଠାରେ ନାଚଗୀତ କରିବା ସହ ଧୁମ୍‌ଧାମ୍‌ରେ ବ୍ରେକ୍‌ଅପ୍ ଉତ୍ସବକୁ ପାଳନ କରିଥିଲେ । ପରେ ଏହି ଉତ୍ସବର ଫଟୋ ଓ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ରବେକା କହିଛନ୍ତି ଯେ, ଛାଡ଼ପତ୍ର ପରେ ସେ ବହୁତ ଖୁସି ଅଛନ୍ତି । ଏବେ ସେ ନିଜ ବୃତ୍ତି ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । କାରଣ ସମ୍ପର୍କ ରେ ଫାଟ ସୃଷ୍ଟି ହେଲେ,ତାହା ଯନ୍ତ୍ରଣା ଦେଇଥାଏ । ତେଣୁ ଉଭୟେ ସବୁଦିନ ପାଇଁ ଅଲଗା ହେବା ଦରକାର ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.