ପ୍ରଜ୍ଞା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ସେମିଫାଇନାଲ

• କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ୪-୩ ରେ ବିଜୟୀ

• ଫାଇନାଲରେ ପ୍ରଵେଶ କଲା କନ୍ଧମାଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଚାଲି ଆସୁଥିବା ପ୍ରଜ୍ଞା ମେରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୬ ଷ୍ଠ ଦିନର ଖେଳରେ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏକ ରୋମାଂଚକର ସଂଘର୍ଷପୂର୍ଣ୍ଣ ମ୍ୟାଚରେ କଣ୍ଟାବାଞ୍ଜି ଟିମ କନ୍ଧମାଳ ସ୍ପୋର୍ଟ ହଷ୍ଟେଲକୁ ୨ ଗୋଲ ଦେଇଥିଲା । ଜବାବରେ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ କଣ୍ଟାବାଞ୍ଜି ଟିମକୁ ଦୁଇଗୋଲ ଦେଇ ଡ୍ର ସ୍ଥିତିକୁ ଆସିଥିଲା । କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା କାଲି ୧୯/୧ ଫାଇନାଲ ଖେଳ ଅନୁଷ୍ଠିତ ହେବ ।

ଆଜିର ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ କଣ୍ଟାବାଞ୍ଜି ଟିମ କନ୍ଧମାଳ ଟିମକୁ ଦୁଇଗୋଟି ଗୋଲ ଦେଇଥିଲା । ଜବାବରେ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ଦୁଇଗୋଟି ଗୋଲ ଦେଇ ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୋଇ ପାରିଥିଲା। ଶେଷରେ ଟ୍ରାଇ ବେକର ସଟରେ କନ୍ଧମାଳ ଟିମ ୪-୩ ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଆଜିର ଖେଳରେ ଅତିଥି ଭାବରେ ପୂର୍ବତନ କ୍ରୀଡାବିତ ତଥା ଶିକ୍ଷାବିତ ବଦ୍ରୀପ୍ରସାଦ ମିଶ୍ର, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କ୍ରୀଡ଼ାପ୍ରେମୀ ଯୁବ ଉଦ୍ୟୋକ୍ତା ବିମଲ କୁମାର କେଡ଼ିଆ ପ୍ରମୂଖ ଯୋଗଦାନ କରିଥିଲେ ।

ଏହି ଦ୍ୱିତୀୟ ସେମିଫାଇନାଲ ମ୍ୟାଚକୁ କ୍ରୀଡା ଶିକ୍ଷକ ସନ୍ତୋଷାନନ୍ଦ ନାଏକ ପରିଚାଳନା କରିଥିବା ବେଳେ ସୁରେଶ ନାଏକ ଓ ଚଂଚଳ ନାଏକ ଲାଇନ ମ୍ୟାନ ଦାଇତ୍ୱ ତୁଲାଇଥିଲେ । ଆୟୋଜକ ଏସ୍କନ କ୍ଲବର ସମ୍ପାଦକ ସୁମନ୍ତ ପୁଝାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତ୍ରୀଲୋଚନ ଗଉଡ଼, ଦୀପୁ ପାତ୍ର, କିଶୋର ମାଝୀ, ପିଣ୍ଟୁ ନାଗ, ବଣ୍ଟୁ ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.