‘ଭାଷା ସମୃଦ୍ଧ ହେଲେ ଜାତି ସମୃଦ୍ଧ ହୋଇଥାଏ’

ରାଜ୍ୟସ୍ତରୀୟ ଫକୀରମୋହନ ସାହିତ୍ୟ ଦରବାର

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା) :  ଗୌରିଶଙ୍କର ଟାଉନ ହଲ ଠାରେ କୈବଲ୍ୟ ସାହିତ୍ୟ ସଂସଦ କଟକ ଅନିକୁଲ୍ୟରେ ରାଜ୍ୟସ୍ତରୀୟ ଫକୀରମୋହନ ସେନାପତି ସାହିତ୍ୟ ଦରବାର ଏବଂ ମକର ମଉଜ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ବୀର କିଶୋର ମିଶ୍ର , ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଯୋଗଦାନ କରି ଫକୀରମୋହନଙ୍କ ଓଡ଼ିଆ ଭାଷା ସାହିତ୍ୟକୁ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଦୁଇଟି ଅଧିବେଶନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳ ଏବଂ ପୂର୍ବତନ ସଦସ୍ୟ ମାନବିକ ଅଧିକାର ଆୟୋଗ ଶ୍ରୀଯୁକ୍ତ ଅସୀମ ଅମିତାଭ ଦାସ ଯୋଗଦେଇ ଆଲୋଚନା ଚକ୍ରକୁ ଜୀବନ୍ତ କରିପାରିଥିଲେ । ଭାଷା ସମୃଦ୍ଧ ହେଲେ ଜାତି ସମୃଦ୍ଧ ହୋଇଥାଏ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଛି । ମୁଖ୍ୟ ଦରବାର ଅତିଥି ଭାବେ ବିଜୟ ଦାସ, ଡ଼କ୍ଟର ଲକ୍ଷ୍ମଣ ସାହୁ, ଡ଼କ୍ଟର ଦିଲୀପ ସେନାପତି , ପ୍ରଫେସର ଡକ୍ଟର ବାବାଜୀ ପଟ୍ଟନାୟକ, ପ୍ରଫେସର ଡକ୍ଟର ନଟବର ଶତପଥୀ, ଡ଼କ୍ଟର ରାଜ କୁମାର ନାୟକ, ପ୍ରଫେସର ଶୁରେଖା ସୁନ୍ଦରୀ ସ୍ୱାଇଁ, ଡଃ ଦିପାୟନ ପଟ୍ଟନାୟକ, ଡ଼କ୍ଟର ବିରଞ୍ଚି କୁମାର ସାହୁ, କବି ନାରାୟଣ ଚନ୍ଦ୍ର ସେନାପତି,  ଅଜୟ କୁମାର ପଣ୍ଡା, ପ୍ରଦୀପ କୁମାର ପଟ୍ଟନାୟକ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଏବଂ ପଣ୍ଡିତ ନୀଳକଣ୍ଠ ରାଉତ ଯୋଗଦାନ କରିଥିଲେ । ସମସ୍ତ ଦରବାର ମୁଖ୍ୟବକ୍ତା ଏବଂ ସମ୍ମାନିତ ବକ୍ତା ଫକୀର ମୋହନଙ୍କ ସାହିତ୍ୟ ପ୍ରୀତି ଏବଂ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ତାଙ୍କର ବଳିଦାନ ବିଷୟରେ ଆଲୋକପାତ କରିଥିଲେ । ଫକୀରମୋହନ ସେନାପତିଙ୍କ ସମସ୍ତ ପୁସ୍ତକ ବହୁ ସଂଖ୍ୟାରେ ପ୍ରକାଶ କରାଯାଇ ଏହାକୁ ସମସ୍ତ ଲେଖକ ମାନଙ୍କ ନିକଟରେ ଉପଲବ୍ଧ ହେବା ପାଇଁ ଦରବାର ବକ୍ତା ମାନେ ମତ ପୋଷଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ କବିତା ପାଠ, ମକର ଚାଉଳ ଏବଂ ସମସ୍ତଙ୍କୁ ନିର୍ମାଲ୍ୟ ପ୍ରଦାନ କରାଯାଇ ରାଜକୀୟ ବିଧି ଅନୁସାରେ ସମସ୍ତ ସାରସ୍ବତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ଓଡ଼ିଶାରେ ପ୍ରଥମ ସାହିତ୍ୟ ଦରବାର ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦରବାର ଧର୍ମ ଚକ୍ରରେ ମହିମା ଧର୍ମର ସାଧୁ ଗଦାଧର ଦାସ, ନ୍ୟାୟମୁର୍ତ୍ତି ବୀର କିଶୋର ମିଶ୍ର , ମାନବିକ ଅଧିକାର ସଦସ୍ୟ ଅସୀମ ଅମିତାଭ ଦାସଙ୍କୁ ବିଭୂଷିତ କରାଯାଇଥିଲା । ଦରବାର ପରିବେଶ ଚକ୍ର କୁଳପତି ପ୍ରଫେସର ଡ଼କ୍ଟର ପ୍ରଭାତ କୁମାର ରାଉଳ, ବିଜୟ ଜେନା ଏବଂ ବନମାଳୀ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ଦରବାର ସେବା ଚକ୍ର ସୁଶ୍ରୀ ପ୍ରମିଳା ସିଂହ ଏବଂ ଡଃ ନିରୋଜ କୁମାର ପୋଥାଳଙ୍କୁ ପ୍ରଦାନ କରାଯାଇଥିଲା । ଦଶଗୋଟି ସାମାଜିକ ସଂଗଠନ ଏବଂ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ନିମନ୍ତ୍ରିତ ତିନିଶହ ଜଣ କବି ଲେଖକଙ୍କୁ ଉକ୍ତ ଅବସରରେ ରାଜ୍ୟସ୍ତରୀୟ ଦରବାର ସାହିତ୍ୟ ଚକ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଅବସରରେ ଦୁଇଟି ଅଧିବେଶନରେ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । କାର୍ଯ୍ୟକ୍ରମକୁ ଜୟଶ୍ରୀ ପଟ୍ଟନାୟକ, ରଶ୍ମି ସାମଲ ଏବଂ ଡଃ ବସନ୍ତ କୁମାରୀ ନନ୍ଦ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜନ ରଞ୍ଜନ ପ୍ରଧାନ, ରିଖିରାମ ମେହେର, ବିରେନ୍ଦ୍ର କୁମାର ଜେନା , ସାଗର କୁମାର ସାମନ୍ତରାୟ, ଭରତ ମିଶ୍ର, ସଞ୍ଜୟ କୁମାର ମହାରଣା, ସୁକୁମାର ସାମଲ, ଝରଣା ପ୍ରଧାନୀ ପ୍ରମୁଖ ସହଯୋଗ କରିଥିଲେ । ଡଃ ବୈଜୟନ୍ତି ବାଳା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.