ବାଗପୁରରେ ମହିଳାଙ୍କୁ ଦଳିଦେଲା ଦନ୍ତା ହାତୀ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ନର୍ଲା ଥାନା ଅନ୍ତର୍ଗତ ବାଗପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ଚମ୍ପା ଗଉଡ (କରୁଆଁ) ନାମକ ଜଣେ ୫୨ ବର୍ଷିୟା ମହିଳାଙ୍କୁ ଜଙ୍ଗଲୀ ହାତୀ ପାଦରେ ଦଳିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଆଜି ଶୁକ୍ରବାର ସକାଳ ସାଢେ ଆଠଟା ସମୟରେ ଚମ୍ପା ବାଗପୁର ହାଇସ୍କୁଲ ପାର୍ଶ୍ଵସ୍ଥ ନିଜ କ୍ଷେତକୁ କପା ତୋଲିବା ପାଇଁ ଯାଉଥିବା ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ବାଗପୁର ସରପଞ୍ଚ ଗୋପାଳ ହାତୀ, ବନବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ତେବେ ଏହା ଏହି ଅଞ୍ଚଳ ପାଇଁ ନୂଆ କଥା ନୁହଁ। ପୂର୍ବରୁ ହାତୀ ଘଉଡାଇବା ସମୟରେ ବନପାଳ ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇଥିଲେ, ତେବେ ଭାଗ୍ୟ ବଶତଃ ସେ ବଞ୍ଚି ଯାଇଥିଲେ। ଜଙ୍ଗଲୀ ହାତୀ ଗାଁ ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏମାନଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବନ ବିଭାଗ କର୍ମଚାରୀ ମାନେ ମଧ୍ୟ ହାତୀ ଘଉଡାଇବାରେ ଦିନ ରାତି ଏକାକାର କରି ଦେଉଛନ୍ତି, ତଥାପି ହାତୀପଲ ଜଙ୍ଗଲକୁ ଚାଲି ଯିବାକୁ ଇଛା କରୁ ନାହାନ୍ତି। ତେବେ ମୃତ ମହିଳା ଜଣକ ଗରିବ ଶ୍ରେଣୀର ହୋଇଥିବାରୁ କ୍ଷତିପୂରଣ ଦାବିରେ ଭବାନୀପାଟଣା – ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ୟକ୍ତ ଜନତା। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ବଳବତ୍ତର ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.