୮୮ ବର୍ଷର ବୃଦ୍ଧ ଜିତିଲେ ୫ କାେଟିର ଲଟେରି

ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି । ବୋଧହୁଏ ଦେବାବେଳେ ଭଗବାନ ଭାବନ୍ତିନି କାହାର କେତେ ଦୂରକାର ।  ନ ହେଲେ ୮୮ ବର୍ଷ ବୟସ୍କଙ୍କ ଭାଗ୍ୟରେ ଅଜାଡି ଦେଇଥାନ୍ତେ ଏତେ ଧନ ! ୮୮ ବର୍ଷର ବୃଦ୍ଧ ଜିତିଲେ ୫ କୋଟିର ଲଟେରୀ । ଭାଗ୍ୟ ବଦଳିଗଲା । ଗାଁର ମହନ୍ତ ପାଲଟିଗଲେ କୋଟିପତି । ଘଟଣା ଘଟିଛି ପଞ୍ଜାବରେ । ପଞ୍ଜାବ ଡେରାବିସର ମହନ୍ତ ଦ୍ୱାରକା ଦାସ ଜିତିଛନ୍ତି ୫ କୋଟିର ଲଟେରୀ । ଏହି ଖବର ପାଇବା ପରେ ଖୁସିରେ ଝୁମୁଛନ୍ତି ତାଙ୍କ ପରିବାର। ଡେରାବାସି ଅଞ୍ଚଳର ମହନ୍ତ ଦ୍ୱାରକା ଦାସ ଲୋହର ମକର ସଂକ୍ରାନ୍ତର ବମ୍ପର ଲଟେରି ଜିତିଛନ୍ତି । ଲଟେରୀ ବ୍ୟବସାୟ କରୁଥିବା ଜିରକାପୁରର ଲୋକେସଙ୍କ କହିବା ଅନୁଯାୟୀ ତାଙ୍କ ପରିବାର ଟାକ୍ସ କଟିବା ପରେ ୩ କୋଟି ୫୦ ଲକ୍ଷ ଟଙ୍କା ପାଇବେ । ଲୋକେଶଙ୍କ କହିବା ଅନୁଯାୟୀ, ମହନ୍ତଙ୍କ ନାତୁଣୀ ଆସିଥିଲେ ଏବଂ କହିଥିଲେ ତାଙ୍କ ଜେଜେବାପା  ଲଟେରୀ ଟିକେଟ କିଣିବାକୁ ଚାହୁଁଛନ୍ତି । ସେ କିଛି ନିର୍ଦ୍ଦିଷ୍ଟ ଡିଜିଟ ଥିବା ଟିକେଟ ମାଗୁଥିଲେ । ସେ ତାଙ୍କୁ ସେହି ସଂଖ୍ୟା ଥିବା ଟିକେଟ ଦେଇଥିଲେ ଏବଂ ସେ ଲଟେରୀ ଜିତିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ, ମହନ୍ତ ଦ୍ୱାରକା ଦାସ ସବୁବେଳେ ଲଟେରୀ ଟିକେଟ କିଣିଥାନ୍ତି ।  କାରଣ ଲଟେରି ପ୍ରତି ଅହେତୁକ ଆଗ୍ରହ  ।  ବାଟରେ ଗଲାବେଳେ କିମ୍ବା ଖବର କାଗଜରେ ଲଟେରି ଦେଖିଲେ, ସେ ତୁରନ୍ତ କିଣିଥାନ୍ତି ।  ଆଜି ନୁହେଁ, ଏମିତି ବର୍ଷ ବର୍ଷ ଧରି ସେ କରି ଆସୁଛନ୍ତି । ହେଲେ ଏଥର ତାଙ୍କର ଭାଗ୍ୟ ଖୋଲି ଯାଇଛି । ଲଟେରି ଜିତିବା ପରେ ମହନ୍ତଙ୍କ ଖୁସି କହିଲେ ନ ସରେ । କାରଣ ତାଙ୍କର ୪୦  ବର୍ଷର ସ୍ୱପ୍ନ ପୂରଣ ହୋଇ ପାରିଛି । ଏହି ଅର୍ଥରୁ ନିଜ ପିଲାଙ୍କୁ କିଛି ଅର୍ଥ ଦେବେ, ଆଉ କିଛି କାମ ଜନହିତକର କାମରେ ଲଗାଇବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.