ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଓ ନୂଆପଡା ଜିଲ୍ଲା ମୁଣ୍ଡ ପରାଶର ପରିବାର କମିଟି ତରଫରୁ ସ୍ବର୍ଗତ ଲଳିତ ମୁଣ୍ଡଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଅଶୋକ ମୁଣ୍ଡ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ସଭା ପରିଚାଳନା କରିଥିଲେ। ସ୍ବର୍ଗତ ମୁଣ୍ଡ ଜିଲ୍ଲାର ଜଣେ ଶିକ୍ଷାବିତ ଭାବେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ସ୍ଥାନୀୟ ବିଏମ ହାଇସ୍କୁଲର ବରିଷ୍ଠ ଶିକ୍ଷକ, ଡିଆଇଇଟିର ଉପାଧ୍ୟକ୍ଷ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସେ ବିଭିନ୍ନ ସମୟରେ କାର୍ଯ୍ୟ ସମ୍ପାଦନ କରିଥିଲେ। ସେ ମୁଣ୍ଡ ପରାଶର କମିଟିର ଜଣେ ଉଦ୍ୟୋକ୍ତା ଭାବେ ମୁଣ୍ଡ ପରାଶର ବଂଶାବଳୀ ପ୍ରକାଶନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି ସ୍ମୃତି ସଭାରେ ସମସ୍ତେ ତାଙ୍କର ସ୍ମୃତିଚାରଣ କରିଥିଲେ। ଏଥିରେ ଅର୍ଜୁନ ମୁଣ୍ଡ, ମଳୟ ମୁଣ୍ଡ, ଦୀନବନ୍ଧୁ ମୁଣ୍ଡ, ସୁବାଷଚନ୍ଦ୍ର ମୁଣ୍ଡ, ସୁଢ଼ଳଦେବ ମୁଣ୍ଡ, ରାହାସବିହାରୀ ମୁଣ୍ଡ, କୃପାସିନ୍ଧୁ ମୁଣ୍ଡ, ଜଗଦୀଶ ମୁଣ୍ଡ, ଜିତେନ୍ଦ୍ର ମୁଣ୍ଡ, ବିକ୍ରମ ମୁଣ୍ଡ, ମନୋଜ ମୁଣ୍ଡ, ଦିଲୀପ ମୁଣ୍ଡ ଉପସ୍ଥିତ ଥିଲେ।