ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭେଜିପଦରର ୫୦ ବର୍ଷ ପୂର୍ତ୍ତୀ ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ସକାଳୁ ଗ୍ରାମର ଇଷ୍ଟଦେବୀ ଧରଣୀପୀଠରେ ପୂଜାର୍ଚ୍ଚନା କରି ମଶାଲ ଶୋଭାଯାତ୍ରା ସଂକୀର୍ତ୍ତନ ଦଳ ସହ ନଗର ପରିକ୍ରମା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମୁଖ୍ୟବକ୍ତା ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ଅବିନାଶ ଠାକୁର, ଭବାନୀପାଟଣା ବିଇଓ ସୁନନ୍ଦା ପଣ୍ଡା, ଗୁଡ଼ିଆଳିପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଇଂ. ପ୍ରିୟଙ୍କା ମହାଖୁଡ଼, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ ଓ ହୃଷିକେଶ ନାଏକ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ତଥା ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ଅଧ୍ୟକ୍ଷ ଡ. ଜୟନ୍ତ ପତି ସଭାରେ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା କ୍ରୀଡା ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ହୁଳହୁଳି, ଶଙ୍ଖ ଫୁଙ୍କା, ସଂଗୀତ, ଝୋଟି ଓ କ୍ରିକେଟ ମ୍ୟାଚର ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପୁରାତନ ଛାତ୍ରୀ ଭାଗ୍ୟବତୀ ପାଣ୍ଡେ ଓ ପୁରାତନ ଛାତ୍ର ତମରେନ୍ଦ୍ର ମାଝୀ ତଥା ବିଦ୍ୟାଳୟକୁ ଜମିଦାନ କରିଥିବା ନାରାୟଣ ମାଝୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ହିମାଞ୍ଚଳ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ଵାଗତିକା ନେଗୀ ଓ ଶିକ୍ଷକ ପ୍ରଶାନ୍ତ ଖମାରୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନତୀ ସାହୁ, ସଙ୍ଗୀତା ଶତପଥୀ, ସୁନନ୍ଦା ମିଶ୍ର, ଝରଣା ପ୍ରଧାନ, ଶିକ୍ଷକ ପ୍ରତାପ ପଣ୍ଡା, ରବୀନ୍ଦ୍ର ମହାନ୍ତି, କାଳିପ୍ରସାଦ ରଥ, ନାଗେଶ୍ୱର ରାଓ ଦୋରା, ସୂର୍ଯ୍ୟ ନାରାୟଣ ମହାନ୍ତି, ପ୍ରଫୁଲ୍ଲ ଠାକୁର, ବିଶ୍ୱଜିତ ରାୟ, ପରିଚାଳନା କମିଟି ସଦସ୍ୟ ଓ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.