ଜାତୀୟ ରାଜପଥକୁ ମାଡି ବସୁଛନ୍ତି ବ୍ୟବସାୟିକ ପ୍ରତିଷ୍ଠାନ: ନିରବଦ୍ରଷ୍ଟା ସାଜିଛି ପ୍ରଶାସନ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦିନକୁ ଦିନ ବ୍ୟବସାୟିକ ପ୍ରତିଷ୍ଠାନ ବଢିବାରେ ଲାଗିଛି । ତା’ ସହିତ ଟ୍ରାଫିକ ସମସ୍ୟା ମୁଣ୍ଡ ଟେକିଛି । ସପିଙ୍ଗ ମଲ, ବ୍ୟବସାୟିକ ପ୍ରତିଷ୍ଠାନ ତଥା ଘରୋଇ ମାଲିକଙ୍କ ନିଜସ୍ଵ ପାର୍କିଂ ସ୍ଥଳୀ ନଥିବାରୁ ରାସ୍ତା କଡରେ ଗାଡି ମଟର ପାର୍କିଂ ହେଉଛି । ଯାହାକି କେସିଙ୍ଗା ସହର ମଧ୍ୟରେ ଯାଇଥିବା ୨୬ ନଂ ଜାତୀୟ ରାଜପଥ ପାର୍କିଂ ସ୍ଥଳୀରେ ପରିଣତ ହୋଇଛି । ଏନ୍ଏଚ୍ ଉପରେ ପାର୍କିଂ ହେଉଥିବାରୁ ଟ୍ରାଫିକରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ସାଧାରଣ ଜନତା ତଥା ସ୍କୁଲ କଲେଜ ଯାଉଥିବା ଛାତ୍ର ଛାତ୍ରୀ ମାନେ ଅନେକ ଅସୁବଧାର ସମ୍ମୁଖୀନ ହେଉଛନ୍ତି । ନା କେସିଙ୍ଗା ଏନଏସି ପ୍ରଶାସନ ନା ସ୍ଥାନୀୟ ପୋଲିସ ପ୍ରଶାସନ କେହିବି ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି ।

Omkar Vasthu
Omkar Vasthu

ପ୍ରକାଶ ଯେ, କେସିଙ୍ଗା ସହରବାସୀଙ୍କ ଅଭିଯୋଗ ଅନୁଯାୟୀ ସହରର ବଲାଙ୍ଗିର ଛକ ଠାରୁ ବୋରିଙ୍ଗପଦର ପର୍ଯ୍ୟନ୍ତ ଯାଇଥିବା ବିଭିନ୍ନ ପ୍ରମୁଖ ଛକ ଯଥା ଦୁର୍ଗାମଣ୍ଡପ ଛକ, ମାର୍କେଟ ଛକ, ବୁଢାଡଙ୍ଗର ମନ୍ଦିର ଛକ,ଏନଏସି ଛକ, ଆମ୍ବେଦକର ଛକ, ଜଗନ୍ନାଥପଡା ଛକ, ଆରଏମସି ତଥା ଶିଶୁ ମନ୍ଦିର ଛକ ନିକଟରେ ରହିଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ରାଜପଥକୁ ନିଜର ଅଞ୍ଚଳ ଭାବେ ବ୍ୟବହାର କରୁଛନ୍ତି । କେସିଙ୍ଗା ସହର ମଧ୍ୟରେ ହୋଇଥିବା ବିଭିନ୍ନ ସପିଙ୍ଗ ମଲ ତଥା ବ୍ୟବସାୟିକ ପ୍ରତିଷ୍ଠାନ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସ୍ଵତନ୍ତ୍ର ସହର ଯୋଜନା କତ୍ତୃପକ୍ଷଙ୍କ ଅନୁମୋଦିତ ପ୍ଳାନରେ ହୋଇ ନାହିଁ । ଅନୁମୋଦିତ ପ୍ଳାନ ଗୋଟିଏ ବାଟରେ ଓ ନିର୍ମାଣ ଅନ୍ୟ ବାଟରେ ହୋଇଛି । ଯା’ ଫଳରେ ଜନ ସାଧାରଣ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ୨୬ ନଂ ଜାତୀୟ ରାଜପଥ ଉପରେ ରାସ୍ତା ଅବରୋଧ କରି ପାର୍କିଂ କରାଯାଉଛି ହେଲେ ଏଥି ପ୍ରତି ସ୍ଥାନୀୟ ପୋଲିସ ଓ ଏନଏସି ପ୍ରଶାସନ ସଂପୂର୍ଣ୍ଣ ଭାବେ ଆଖି ବୁଜି ଦେଇଛନ୍ତି । ବ୍ୟବସାୟିକ ପ୍ରତିଷ୍ଠାନ ଓ ମଲ ଗୁଡିକର ନିଜସ୍ଵ ପାର୍କିଂ ସ୍ଥଳୀ ରଖିବା ନିୟମ ଥିବା ସତ୍ବେ ଏହାର ଖୋଲା ଉଲ୍ଲଘନ ହେଉଛି । କେସିଙ୍ଗା ସହରର ଗାୟିତ୍ରୀ ନଗର ଯିବା ଛକରେ ନୂଆରେ ଖୋଲାଯାଇଥିବା ନିର୍ଦ୍ଧିଷ୍ଠ ବ୍ରାଣ୍ଡର ଷ୍ଟୋରରେ ଯେଉଁ ଭଳି ଅବସ୍ଥା ସୃଷ୍ଟି ହୋଇଛି ତାହା ସ୍ଵଚକ୍ଷୁ ରେ ନ ଦେଖିଲେ ବିଶ୍ବାସ ହେବ ନାହିଁ । ଯାହାକି ଏଠାରେ କେଉଁ ମୂହୁର୍ତ୍ତରେ ଦୁର୍ଘଟଣା ଘଟିବା ଆଶଙ୍କା ସୃଷ୍ଟି ହୋଇଛି । ଏନେଇ କେସିଙ୍ଗା ଏନ୍ଏସିର ଜନୈକ କର୍ମଚାରୀଙ୍କୁ ପଚାରିବାରୁ ସଂପୃକ୍ତ ଦୋକାନକୁ ନୋଟିସ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେହି ଭଳି ଜଗନ୍ନାଥପଡା ଛକ, ଆମ୍ବେଦକର ଛକ, ଦୁର୍ଗାମଣ୍ଡପ ଛକ ଭଳି ପ୍ରମୁଖ ଛକରେ ମାନଙ୍କରେ ଗଢି ଉଠିଥିବା ଫୁଡ ସ୍ଟଲ ଗୁଡିକରେ ଭିଡ ସାଙ୍ଗକୁ ଗାଡି ଗୁଡିକର ଦାୟିତ୍ଵ ହିନ ଭଳି ପାର୍କିଂ ଟ୍ରାଫିକ ସମସ୍ୟା କୁ ବଢେଇବାରେ ତ୍ଵରକ ଭାବେ କାମ କରୁଛନ୍ତି । ମୁଖ୍ୟ ରାସ୍ତାର ଅଧା ସ୍ଥାନକୁ ମଲ ଗୁଡିକ ତାଙ୍କର ପାର୍କିଂ ସ୍ଥଳୀ ଭାବରେ ବ୍ୟବହାର କରୁଛନ୍ତି । ସେହିଭଳି ଘରୋଇ ଗାଡି ଗୁଡିକ ସ୍ଥାୟୀ ଭାବରେ ରାସ୍ତା ଉପରେ ଛିଡା ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଓ ଏନଏସି ପ୍ରଶାସନ କେଉଁ କାରଣରୁ ଏହି ସମସ୍ୟା ପ୍ରତି ଗୁରୁତ୍ଵ ଦେଉ ନାହାନ୍ତି ତାହା ଜଣାପଡୁ ନାହିଁ । ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.