ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ବିଡିଓ ଜିତେନ୍ଦ୍ର ମିଶ୍ର, ବିଇଓ ସଞ୍ଜୀବ ନାଏକ, ସ୍ଥାନୀୟ ସରପଞ୍ଚ ଦଶମୀ ମାଝୀ, ସମିତି ସଭ୍ୟ ରୂପେନ୍ଦ୍ର ଛତ୍ରିଆ ଓ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ହରି ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଝସକେତନ ପଧାନ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସୁଶ୍ରୀ ପ୍ରଜ୍ଞା ପରିମିତା ଶତପଥୀ ସଭା ପରିଚାଳନା କରିଥିଲେ। ଏହି ଅବସରରେ ପୂର୍ବତନ ପ୍ରଧାନଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦ୍ୟାଳୟର ୫ଟି ରୂପାନ୍ତରଣ କ୍ଷେତ୍ରରେ ପାରଦର୍ଶିତା ପାଇଁ ବିଡିଓ ଜିତେନ୍ଦ୍ର ମିଶ୍ର, କନିଷ୍ଠ ଯନ୍ତ୍ରୀ ଗୋଲକ ଭୋଇ, ଠିକାଦାର ଯଶୋବନ୍ତ ପଣ୍ଡା ଓ ସମିତି ସଭ୍ୟ ରୂପେନ୍ଦ୍ର ଛତ୍ରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗାନ୍ଧାରୀ ନାଏକ ଓ ମିନତୀ ଗୋସ୍ୱାମୀ ସଂଯୋଜନା କରିଥିବା ବେଳେ ଜ୍ୟୋତ୍ସ୍ନା ମିଶ୍ର, ନିବେଦିତା ମିଶ୍ର, ଲିଲିମା ସୁନାନୀ, ତିଲୋତ୍ତମା ନାଏକ, ଶାଶ୍ୱତୀ ମିଶ୍ର, ବି ଜଗନ୍ନାଥ ରାଓ, ରାମଜୀ ବିଭାର, ବିଷ୍ଣୁ ଦୁର୍ଗା, ଗଣେଶ୍ବର ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.