ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଓ ସମଗ୍ର ଶିକ୍ଷା,ସୁବର୍ଣ୍ଣପୁରର ମିଳିତ ଆୟୋଜନରେ “ଜାତୀୟ କନ୍ୟା ସନ୍ତାନ ଦିବସ” ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଜାତୀୟ ସ୍ଵାସ୍ଥ୍ୟ ମିଶନ ଡିପିଏମ୍ ବିଶ୍ଵମ୍ଵର ବେହେରା, ଜେଣ୍ଡର ଇକ୍ଵିଲିଟି କୋର୍ଡିନେଟର ମାନସ କୁମାର ସେଠ୍ , ସହକାରୀ ମେନେଜର ଆଇନ ସହାୟତା ଶୋଭନା ଦାଶ, ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ଦାଶ ପ୍ରମୁଖ ଯୋଗଦେଇ ସମାଜରେ କ୍ରମଶଃ ଝିଅଙ୍କ ସଂଖ୍ୟା କମୁଥିବାରୁ ଉଦବେଗ ପ୍ରକାଶ କରିଥିଲେ ଏବଂ କନ୍ୟା ସନ୍ତାନ ଅମୂଲ୍ୟ ରତ୍ନ ବୋଲି ଉଲ୍ଲେଖ କରିଥିଲେ। ଅପରାହ୍ନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତି ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯାଗୀଙ୍କୁ ପୁରସ୍କୃତ କରିଥିଲେ। “ତର୍କ” ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଶ୍ରେୟା ଦାଶ, ଦ୍ୱିତୀୟ ସ୍ଥାନରେ ଜ୍ୟୋତ୍ସାମୟୀ ନାଗ, ତୃତିୟ ସ୍ଥାନରେ ପପି ପ୍ରଧାନ ରହିଥିବାବେଳେ “ରଙ୍ଗୋଲୀ” ପ୍ରତିଯୋଗିତାରେ ପ୍ରଥମରେ ସୁନିତା କବାଟ, ଦ୍ୱିତୀୟରେ ସୁରୁନନୀ ପଧାନ, ତୃତୀୟ ହୋଇଥିଲେ ଲିପ୍ସା ମହାନନ୍ଦ । ସେହିପରି ନୃତ୍ୟ ପ୍ରତିଯୋଗିତାରେ ପ୍ରୀତି ରଂଜିତା ମିଶ୍ର ପ୍ରଥମ, ମୌସୁମୀ ଉଗେର ଦ୍ୱିତୀୟ, ରଚନା କୁମ୍ଭାର ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ । ତର୍କ ପ୍ରତିଯୋଗିତାରେ ବିଚାରକ ଭାବରେ ଥିଲେ କବି ନରେନ୍ଦ୍ର କୁମାର ଭୋଇ, ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ୱାଳ ଓ ଅଭିନେତା ବନମାଳୀ ପଣ୍ତା । ନୃତ୍ୟ ପ୍ରତିଯୋଗିତାରେ ଶୀବରାଜ କମ୍ପ, ଦେବାଶିଷ ପଟ୍ଟନାୟକ ଓ ବିଜୟ ମହାରଣା ବିଚାରକ ଦାୟିତ୍ୱ ତୁଲାଇଥିବା ବେଳେ ରଂଗୋଲୀ ପ୍ରତିଯୋଗିତାରେ ପ୍ରଦ୍ୟୁମ୍ନ ସାହୁ, ସଂଜୟ ପଣ୍ତା ଓ କ୍ଷୀରୋଦ ବିଶ୍ୱାଳ ବିଚାରକ ଭାବରେ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.