ବାଗପୁରରେ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି( ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ବାଗପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ମଙ୍ଗଳବାର ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଗପୁର ସରପଞ୍ଚ ଗୋପାଳ ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ନର୍ଲା ବିଡ଼ିଓ ବାସନ୍ତି ସେଠୀ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ, ସିଡିପିଓ ନିବାସିନୀ ବିଶ୍ୱାଳ, ଏବିଡିଓ ଦେବେନ୍ଦ୍ର ସାମଲ,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମିତି ସଭ୍ୟା କୁନି ମହାନନ୍ଦ, ନାଏବ ସରପଞ୍ଚ ଅମୂଲ୍ୟ ସାହୁ, ଏଓ ପରାସର ନାଏକ, ଆରଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ବିଏସଏସଓ ମନୋଜ ବେହେରା ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପଞ୍ଚାୟତର ପିପଲପଦର, ଜାମପଡା , କେରାଣ୍ଡିଖୁଣ୍ଟି, ବାଗପୁର ପ୍ରଭୃତି ଗ୍ରାମର ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ରାସନ କାର୍ଡ, ଜମି ମରାମତି ସହ ଅନ୍ୟାନ୍ୟ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

Udyog Nursery
Udyogi Nursery

ନର୍ଲା ବ୍ଲକ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ କ୍ଷିତିଶ ଚନ୍ଦ୍ର ନାଏକ ଶିବିର ପରିଚାଳନା କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କିରଣ ସାହୁ, ପିଇଓ ପ୍ରଦୀପ କୁମାର ସାହୁ, ଘୋଡ଼ବନ୍ଧ ପିଇଓ ସହଶ୍ରଅଂଶୁ ମିଶ୍ର, ନାଏବ ସରପଞ୍ଚ ଗ୍ରାମ ରୋଜଗାର ସେବକ ମେଘଳୟ ନାଏକ, ବିପିସି ଭୋଳନାଥ ଦାସ, ଯୋଗାଣ ସହାୟକ ପଦ୍ମା ନାଏକ ଗ୍ରାମ ପଞ୍ଚାୟତ ଷ୍ଟାଫ ଲୋଚନ ବାଗ ଓ ୱାର୍ଡ ସଭ୍ୟ ସଭ୍ୟା ସମେତ ପଞ୍ଚାୟତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ବିଶେଷ କରି ଆବାସ ଗୃହ, ରାସନ କାର୍ଡ ଓ ଜମି ମରାମତି ପାଇଁ ଅଭିଯୋଗ ହୋଇଛି। ଏଥିରେ ୨୦୦ ରୁ ଉର୍ଦ୍ଧ୍ବ ଅଭିଯୋଗ ହୋଇଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.