ରାୟଗଡରେ ସ୍ଥାୟୀ ଲୋକ ଅଦାଲତ ଉଦଘାଟିତ

ରାୟଗଡ, ୨୦/୪: ରାୟଗଡ ଜିଲ୍ଳା ଦୈାରଜଜ୍ ଅଦାଲତ ପରିସରରେ ଶନିବାର ଦିନ ଜନ ଉପଯୋଗୀ ସେବା ନିମନ୍ତେ ସ୍ଥାୟୀ ଲୋକ ଅଦାଲତର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଶା ହାଇକୋର୍ଟର ମାନ୍ୟବର ବିଚାରପତି ତଥା ରାଜ୍ୟ ଆଇନ ସେବା ଆଇନ ପ୍ରାଧୀକରଣର ନିର୍ବାହୀ ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଂଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାୟୀ ଲୋକ ଅଦାଲତର ଶୁଭ ଉଦଘାଟନ କରିଥିଲେ ।

କୋର୍ଟ ପରିସରରେ ଥିବା ପୁରୁଣା ସିଜେଏମ କୋର୍ଟ ଗୃହରେ ଏହି ସ୍ଥାୟୀ ଲୋକ ଅଦାଲତ ଆରମ୍ଭ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଭ୍ୟ ସଂପାଦକ ଦେବାଶିଷ ନାୟକ,ସହାୟକ ସଂପାଦକ ଜ୍ୟୋତି ରଂଜନ ଦାସ,ରାୟଗଡ ଜିଲ୍ଳା ଦୈରାଜଜ୍ ସୈାମ୍ୟଶେଖର ଜେନା,ଏଡିଜେ ଆଶିଷ କୁମାର ତ୍ରିପାଠୀ,ପରିବାର ଅଦାଲତର ଜଜ୍ ଶ୍ର୍ରୀମତି ସୈାଭାଗିନୀ ମଲ୍ଳିକ,ସିଜେଏମ ଗ୍ୟାନେନ୍ଦ୍ର କୁମାର ବାରିକ,ରେଜିଷ୍ଟ୍ରାର ତଥା ଆସିସଷ୍ଟାଂଟ ସିଜନ ଜର୍ଜ ଶ୍ରୀମତି ସୁନନ୍ଦା ପାଢୀ,ସିନିୟର ସିଭିଲ ଜଜ୍ ରୁଦ୍ରପ୍ରସାଦ ମହାପାତ୍ର,ସବ୍ ଡିଭିଜିନାଲ ଜୁଡିସିଆଲ ମାଜିଷ୍ଟ୍ରେଟ ଶ୍ରୀମତି ସୁଚରିତା ମହାନ୍ତି,ଜେଏମଏଫସି ତଥା ଗ୍ରାମ୍ୟ ନ୍ୟାୟାଳୟ କୋଲନରା ଜଜ୍ ଶ୍ରୀମତି ବୈଶାଳୀ ନାୟକ,ଜେଏମଏଫସି,ରାୟଗଡର ଜଜ୍ ହାବିଦୁର ରେହମାନ ସିଦ୍ଧିକି,ଡିଏଲଏସଏର ସଂପାଦକ ହୃଷିକେଶ ସାହୁ,କୋର୍ଟ ମ୍ୟାନେଜର ବିଜୟ କୁମାର ରାଉତ ,ସରିସ୍ଥାଦାର ସୁବାଷ ଚନ୍ଦ୍ର ମହାନ୍ତିଙ୍କ ସମେତ ରାୟଗଡ ବାର ଆସୋସିଏସନର ସଂପାଦକ ଆଇନଜୀବି ପଦ୍ମନାଭ ଦାସ,ଉପସଭାପତି ଭି.ଅବତାର,ଯୁଗ୍ମ ସଂପାଦକ ମୋହନ ନାୟକ,କୋଷାଧ୍ୟକ୍ଷ ରଶ୍ମୀରଂଜନ ଖଟୁଆ,ମଙ୍ଗଳମୂର୍ତି ବେଉରିଆ,ପ୍ରଦୀପ ଦାସ,ନବ କୁମାର କାଂଟାଙ୍କ ସମେତ ଅନ୍ୟାନ୍ୟ ଆଇନଜୀବିମାନେ ଉପସ୍ଥିତ ରହିଥିଲେ । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ସର୍ବଣା ବିବେକ ଏମ.,ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମିଶ୍ରଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।

ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ବିଚାରପତି ଭାବେ ଅବସରପ୍ରାପ୍ତ ଜଜ୍ ହିମାଂଶୁ ଶେଖର ବ୍ରହ୍ମା,ସଭ୍ୟ ବିଚାରପତି ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ଏବଂ କେ.ସଲଭାରାଜୁଙ୍କୁ ଅବସ୍ଥାପିତ କରାଯାଇଛି । ରାୟଗଡ ଜିଲ୍ଳାର ଜନସାଧାରଣମାନେ ଜନ ଉପଯୋଗୀ ସେବା ତଥା ମୈାଳିକ ସୁବିଧା ଯଥା ବିଦ୍ୟୁତ,ପାନୀୟ ଜଳ,ରାସ୍ତାଘାଟ,ମୋବାଇଲ ସେବା,ବୀମା,ଶିକ୍ଷା,ସ୍ୱାସ୍ଥ୍ୟ,ବ୍ୟାଙ୍କ୍ ଆଦି ୧୭ଟି ମୈାଳିକ ସେବାରେ କୋର୍ଟ କଚେରୀରେ ଭୋଗୁଥିବା ଫଇସଲାଗୁଡିକ ଏଠାରେ ସମାଧାନ କରାଯିବ ବୋଲି ଜଣାପଡିଛି । ରାୟଗଡରେ ବର୍ତମାନ ଜିଲ୍ଳା ଦୈାରାଜଜ ଅଦାଲତ,ପରିବାର ଅଦାଲତ,ଲିଗାଲ ଏଡ୍ କୋର୍ଟ,ଏଡିଜେ,ଏସଡିଜେଏମ,ସବ ଜଜ,ଜେଏମଏଫସି ଓ ଗ୍ରାମ୍ୟ ନ୍ୟାୟାଳୟ ରହିଥିବା ବେଳେ ଆଗାମୀ ଦିନରେ ଘରୋଇ ହିଂସା ନିବାରଣ ଅଦାଲତ ଯଥାଶୀଘ୍ର ଖୋଲାଯିବାର ନିଷ୍ପତି ହୋଇସାରିଥିବା ସୂଚନା ମିଳିଛି । ହାଇକୋର୍ଟର ମାନ୍ୟବର ବିଚାରପତି କୁମାରୀ ଜଷ୍ଟିସ ସଂଜୁ ପଣ୍ଡାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରାୟଗଡରେ ଏହି ସ୍ଥାୟୀ ଲୋକ ଅଦାଲତ ଖୋଲିବା ଦ୍ୱାରା ଜନସାଧାରଣ ଏଥିରେ ଉପକୃତ ହୋଇପାରିବେ ବୋଲି ଜିଲ୍ଳାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ୍ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି ।

ସ୍ୱତନ୍ତ୍ର ପ୍ରତିନିଧି ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.