ଗିରିଗୋବର୍ଦ୍ଧନ ପାହାଡ଼ରେ ଶ୍ରୀରାମ ମନ୍ଦିର ଭୂମି ପୂଜନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଖୁଟୁଲୁ ଗୁଡା, ଖଲିଆଭଟା ବସଷ୍ଟାଣ୍ଡ ପାଖରେ ଥିବା ଗିରିଗୋବର୍ଦ୍ଧନ ପାହାଡ଼ରେ ଗୁରୁବାର ସାର୍ବଜନୀନ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟ ସଂପନ୍ନ ହୋଇଯାଇଛି। ପୂଜକ ସିନ୍ଦୁର ଶେଖର ପାତ୍ରଙ୍କ ପୌରହିତ୍ୟରେ ଏହି ଭୂମିପୂଜନ କାର୍ଯ୍ୟରେ କର୍ତ୍ତା ଭାବେ ତ୍ରିଲୋଚନ ପୁଝାରୀ ଓ ତାଙ୍କ ସହଧର୍ମିଣୀ ଗୌରୀ ପୁଝାରୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ମନ୍ଦିର କମିଟିର ସଭାପତି ବଡ଼ଟେମରୀ ସରପଞ୍ଚ ଜୟନ୍ତ ସିଂ, ସମ୍ପାଦକ ସନ୍ତୋଷ କୁମାର ରଥ, କୋଷାଧକ୍ଷ ଯୁଧିଷ୍ଠିର ବାଗ ସମେତ ଗଣପତି ସାହୁ, ବିଶେଶ୍ୱର ବନ୍ଦିଛୋଡ, ଦୀନବନ୍ଧୁ ବିହାରୀ, ବିରକିଶୋର ସିଂ, ପରମେଶ୍ୱର ସୁନା, ଲିଙ୍ଗରାଜ ଦଳପତି, ବଳରାମ ହାତୀ, ଡିଙ୍ଗର ସିଂ, ଟିକଚନ ବନ୍ଦୀଛୋଡ, ସୁଶାନ୍ତ କୁମାର ଭଇଁସାଲ ପ୍ରମୁଖ  ସହଯୋଗ କରିଥିଲେ। ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀର ପର୍ଶୁରାମ ଭଇଁସାଲ, ବିରଞ୍ଚି ହାତୀ, ଧନବଳ ଜାଲ, ପୁରନ୍ଦର ନାଏକ ଓ ସମସ୍ତ ସଭ୍ୟ ନାମ ସଂକୀର୍ତ୍ତନ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ଏହି ଅବସରରେ ଖୁଟୁଲୁ ଗୁଡା, ଖଲିଆଭଟା, ଜଳତାମୁଣ୍ଡା, ବଡ଼ ଟେମରୀ, ଓ ବାଟିଗୁଡା ଗ୍ରାମବାସୀ ଉପସ୍ଥିତ ଥିଲେ। ଆଗକୁ ମନ୍ଦିର ନିର୍ମାଣରେ ସମସ୍ତଙ୍କ ସହଯୋଗ ସହ, ସରକାରୀ ଓ ବେସରକାରୀ ଅନୁଦାନ ପ୍ରାପ୍ତ ହେଲେ ନିର୍ମାଣ କାର୍ଯ୍ୟ ସମାପନ ହେବ ଓ ଇଛୁକ ବ୍ୟକ୍ତି ବିଶେଷ ସହଯୋଗ କରିପାରିବେ ବୋଲି କମିଟି ପକ୍ଷରୁ ନିବେଦନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.