କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଠାରେ ଆସନ୍ତା ଫେବୃଆରୀ ୩ ଓ ୪ ତାରିଖ ଦୁଇ ଦିନ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ଗୁରୁବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଶୁଭଖମ୍ବ ସ୍ଥାପନ କାର୍ଯ୍ୟ ଏକ ଭକ୍ତିମୟ ପରିବେଶରେ ସମାପନ ହୋଇଯାଛି। ପୂଜକ ତ୍ରାହିକର ମିଶ୍ରଙ୍କ ପୌରହିତ୍ୟରେ ହେଉଥିବା ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବରେ ଘେନୁ ପ୍ରସାଦ ବେହେରା ଓ ତାଙ୍କର ଧର୍ମିପତ୍ନୀ ନୃପତି ବେହେରା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ନାମଯଜ୍ଞ କମିଟିର ସଭାପତି ମହେନ୍ଦ୍ର ବେହେରା, ସମ୍ପାଦକ ସୁଶୀଲ କୁମାର ଶବର, କୋଷାଧ୍ୟକ୍ଷ ଲିଙ୍ଗରାଜ ବେହେରା ଦୁଇଦିନ ଧରି ହେବାକୁ ଥିବା ଏହି ଭକ୍ତିମୟ ପରିବେଶରେ ଅନେକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ହେବ ବୋଲି ଅନୁମାନ କରି ସାଜସଜ୍ଜା, ପ୍ରସାଦ ସେବନ ନିମନ୍ତେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିବା ସୂଚନା ଦେଇଛନ୍ତି।ଏହି ଶୁଭଖମ୍ବ ସ୍ଥାପନ କାର୍ଯ୍ୟରେ ବଂଶୀଧର ବେହେରା, ଭୂପେନ୍ଦ୍ର ବେହେରା, ବନମାଳୀ ଶବର, ପିତାମ୍ବର ପୁଝାରୀ, ତିର୍ଥରାଜ ପ୍ରଧାନୀ, ରୁଦ୍ର ପ୍ରଧାନୀ, ମିତ୍ରଭାନୁ ବେହେରା, ମଙ୍ଗରାଜ ବେହେରା, ବିଷ୍ଣୁ ବେହେରା, ଖଗେଶ୍ବର ବେମାଲ, ପଦ୍ମଲୋଚନ ବେମାଲ, ସୁଦର୍ଶନ ବେହେରା, ପଦ୍ମଲୋଚନ ଦାସ,ପ୍ରେମଲାଲ ବେମାଲ ପ୍ରମୁଖ ସମେତ ରାଧାମାଧବ ସଂକୀର୍ତ୍ତନ ମଣ୍ଡଳୀର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.