କିଟ ଓ କିସ ଅନୁଷ୍ଠାନ ପକ୍ଷରୁ ରାୟଗଡାରେ ମିନି ମାରାଥନ ଦୈାଡ ପ୍ରତିଯୋଗିତା

ଜନଜାତିଙ୍କ ଶିକ୍ଷାର ବିକାଶ ନେଇ ଡଃ. ଅଚ୍ୟୁତ ସାମନ୍ତଙ୍କ ଅବଦାନ ଅତୂଳନୀୟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): କିଟ୍’ର ୨୫ ବର୍ଷ ପୂର୍ତ୍ତି ଅବସରରେ ରାୟଗଡା ଜିଲ୍ଲାରେ ଏକ ମିନି ମାରାଥନ ଦୈାଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ୧୫ ଗୋଟି ହାଇସ୍କୁଲର ୨୫୦ରୁ ଉର୍ଦ୍ଧ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରସ୍ବତୀ ମାଝି ଓ ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଅତିଥି ଭାବେ ଯୋଗ ଦେଇ ମିନି ମାରାଥନର ଶୁଭାରମ୍ଭ କରିଥିଲେ । ରାୟଗଡା ସହରର ଶିରିଗୁଡା ଠାରୁ ଏହି ମାରାଥନ ଦୈାଡ ଆରମ୍ଭ ହୋଇ ଜିଆଇଏସିଆର୍ କଲେଜ ନିକଟରେ ଶେଷ ହୋଇଥିଲା ।

ଶିକ୍ଷାକୁ ସାର୍ବଜନୀନ କରିବା ଏହି ମିନି ମାରାଥନର ମୂଳ ଉଦ୍ଦେଶ୍ୟ ଥିଲା । ଗତ ୨୫ ବର୍ଷ ଧରି କିସ ଓ କିଟ ଅନୁଷ୍ଠାନ ନିରବିଛିନ୍ନ ଭାବେ ଶିକ୍ଷାକୁ ପ୍ରାଥମିକତା ଦେଇ ଆସୁଛନ୍ତି । ଏହାର ଫଳସ୍ବରୂପ ଏହି ଦୁଇ ଅନୁଷ୍ଠାନରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଜନଜାତିର ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାଲାଭ କରି ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି । ଆମ ରାଜ୍ୟ ଓ ରାଜ୍ୟ ବାହାର ମାନବ ସମ୍ବଳର ବିକାଶ ଦିଗରେ କିସ ଓ କିଟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଏହି ଅବସରରେ ଜୁପିଟର ଇଣ୍ଟରନ୍ୟାସନାଲ ଶିକ୍ଷାନୁଷ୍ଠାନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ସୁଶ୍ରୀ ସରସ୍ବତୀ ମାଝି ମୂଖ୍ୟ ଅତିଥି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଓ ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜୁପିଟର ଇଣ୍ଟରନ୍ୟାସନାଲ ସ୍କୁଲର ନିର୍ଦ୍ଦେଶକ ଗୋବିନ୍ଦ ପ୍ରସାଦ ରଥ ଓ ରାୟଗଡା କଳିଙ୍ଗ ଟିଭି ବ୍ୟୁରୋ ହେଡ ଅମୂଲ୍ୟ ରତ୍ନ ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ସଭାପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରଯାଇଥିଲା । କଳିଙ୍ଗ ଟିଭିର ପ୍ରତିନିଧି ଅମୂଲ୍ୟରତ୍ନ ସାହୁ ଉକ୍ତ ସଭାରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ,ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝିଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ମାରାଥନ ଦୈାଡରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ସ୍ବରୂପ କପ୍ ପ୍ରଦାନ କରାଯାଇଥିଲା । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜୁପିଟର ଇଣ୍ଟରନ୍ୟାସନାଲ କଲେଜର ପ୍ରିନସିପାଲ, ସଭାର ସମସ୍ତ ଆୟୋଜନ କରିଥିବା ବେଳେ ରାୟଗଡା ବ୍ଳକ ଉପାଧ୍ୟକ୍ଷ ହରପ୍ରସାଦ ହେପୃକା ମଞ୍ଚ ପରିଚାଳନା କରିଥିଲେ ।

କିସ ଓ କିଟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଦୀର୍ଘ ୨୫ ବର୍ଷ ଧରି ତ୍ୟାଗପୂତ ଜୀବନ ସମାଜ ପାଇଁ ନୂଆ ଦିଗଦର୍ଶନ ଦେଇଥିବା ନେଇ ମୂଖ୍ୟ ଅତିଥି ସରସ୍ବତୀ ମାଝି ମତବ୍ୟକ୍ତ କରିଥୁଲେ । ସେହିଭଳି ଜନଜାତିଙ୍କ ଶିକ୍ଷାର ବିକାଶ ନେଇ ଡଃ.ଅଚ୍ୟୁତ ସାମନ୍ତଙ୍କ ଅବଦାନ ଅତୂଳନୀୟ ବୋଲି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । କିସ’ର ରାୟଗଡା ଜିଲ୍ଲା ସଂଯୋଜକ ରୋନୀତ ଶବର ମିନି ମାରାଥନ ଦୈାଡକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ଭିତରେ ଜିତେନ୍ଦ୍ର କାରଜୀ, ବାବୁଲା ମେଲେକା, ଶ୍ରୀନିବାଶ ଶବର, ପ୍ରଦୀପ ଶବର, ଶ୍ରୀନିବାସ ତାଡିଙ୍ଗି, ଚିତ୍ରସେନ ଜାନି, ଜୁନାମ ଶବର ପ୍ରମୂଖ ଅଂଶଗ୍ରହଣ କରି ମିନି ମାରାଥନକୁ ସଫଳ ସମ୍ପାଦନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.