ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପଦୋନ୍ନତି ପାଇବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଓଡିଶାରେ କାର୍ଯ୍ୟରତ କନିଷ୍ଠ କିରାଣୀ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନଙ୍କ ପଦୋନ୍ନତି ଅଦାଲତ କୃଷକ ଭବନ ଭୁବନେଶ୍ବର ଠାରେ ଆଜି ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଦ୍ଵାରା ପ୍ରିନ୍ସିପାଲ ସେକ୍ରେଟାରୀ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଶ୍ରୀମତୀ ରୁପରୋସୋନ ସାହୁ ଓ ଅନ୍ୟାନ୍ୟ ସାଧାରଣ ପ୍ରଶାସନ ଓ ଅନୁସୂଚିତ ଜାତି ଓ ଜନଜାତିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଭିଯୋଗକାରୀ କିରାଣୀ ଯଥା ବିକ୍ରମ କୁମାର ଗୋପାଳ,ରାୟଗଡ଼, ଶ୍ରୀନିବାଶ ମିଶ୍ର,ବଲାଙ୍ଗୀର, ଯୁଗଲ କିଶୋର ଗଉଡ,ନବରଙ୍ଗପୁର, ଅନିତା ମହାରଣା,ନବରଙ୍ଗପୁର, ଚିତରଞ୍ଜନ ପ୍ରଧାନ,ସମ୍ବଲପୁର, ତପନ କୁମାର,କୋରାପୁଟଙ୍କ ଅଭିଯୋଗ ଦୀର୍ଘ ଦିନର ଅଭିଯୋଗ ଶୁଣିଲା ପରେ ନିଷ୍ପତି କରି ପ୍ରିନ୍ସିପାଲ ସେକ୍ରେଟାରୀ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ କରିଛନ୍ତି କି ଆସନ୍ତା ଫେବୃଆରୀ ୨୩ ତାରିଖ ସୁଦ୍ଧା ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟକାରୀ ଆସୁଥିବା କନିଷ୍ଠ କିରାଣୀ ମାନଙ୍କୁ ସରକାରଙ୍କ ନିୟମାନୁସାରେ ପଦୋନ୍ନତି ଦେବା ପାଇଁ। ଯାହାକୁ ନେଇ କନିଷ୍ଟ କିରାଣୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ପ୍ରକାଶ ଥାଉ କି, ସରକାରଙ୍କ ଅନ୍ୟ ସମସ୍ତ ବିଭାଗରେ କାର୍ଯ୍ୟରତ କିରାଣୀ ମାନଙ୍କର ଚାକିରିରେ ଯୋଗ ଦେବାର ଚାରି ବର୍ଷ ପରେ ପଦୋନ୍ନତି ପାଉଥିବାର ନଜିର ରହିଛି କେବଳ ଉକ୍ତ ବିଭାଗର କନିଷ୍ଠ କିରାଣୀ ଦୀର୍ଘ ପନ୍ଦରରୁ କୋଡିଏ ବର୍ଷ ହେଲାଣି ସରକାରଙ୍କ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ କରିଆସୁଥିବା ସ୍ବତ୍ବେ ପଦନ୍ନୋତିରୁ ବଞ୍ଚିତ ହୋଇ ଆସୁଥିଲେ।