ରାୟଗଡା ଜିଲ୍ଳାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

୪ ଦିନରେ ୧୦କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରୟ ଧାର୍ଯ୍ୟ ଲକ୍ଷ୍ୟ

କୃଷି ଓ କୃଷକ କିଭଳି ଭାବେ ସମୃଦ୍ଧ ହେବ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ ରହିଛି :ଓଏଆଇସି ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜିସିିଡି ହାଇସ୍କୁଲ ପଡିଆ ଠାରେ ଆଜି ଠାରୁ ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ,ରାୟଗଡା ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ । ଆଜି ଏହାର ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ତଥା କୃଷି ମହୋତ୍ସବ ସଭାପତି ସ୍ୱଧାଦେବ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଯୋଗ ଦେଇଥିଲେ । ସେହିପରି ସମ୍ମାନୀତ ଅତିଥି ରୂପେ ରାୟଗଡା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା,କୋଲନରା ବ୍ଳକ ଅଧ୍ୟକ୍ଷା ଶ୍ରୀମତି ସଂଯୁକ୍ତା କୁଲେସିକା ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା,ଜିଲ୍ଳା ପରିଷଦ ଉନ୍ନୟନ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ଦାଶ ପ୍ରମୁଖ ମଂଚାସୀନ ହୋଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରି କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ସହ ଧାନ,ମାଣ୍ଡିଆ ସହ ଅନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ ଦିଗରେ ସମସ୍ତ ପ୍ରକାର ସରକାରୀ ରିହାତି ଓ ସହାୟକ ମୂଲ୍ୟରେ କୃଷି ପାଇଁ ବ୍ୟବହୃତ ସାମଗ୍ରୀଗୁଡିକ କୃଷକଙ୍କ ପାଖେ ଯୋଗାଉଥିବା ବେଳେ ନାରୀ ସଶକ୍ତିକରଣ ଦିଗରେ ମଧ୍ୟ ନାରୀମାନଙ୍କୁ ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ କୃଷକ ସମୃଦ୍ଧ ପାଇଁ ଗୁରୁତ୍ୱାରୋପ ଦେଉଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ଏଥିସହ ଓଡିଶା କୃଷି ଶିଳ୍ପ ନିଗମ ମାଧ୍ୟମରେ ଚାଷୀଙ୍କ ଜମିରେ ଜଳ ସେଚନର ବ୍ୟବସ୍ଥା ନିମନ୍ତେ ଗଭୀର ନଳକୂପର ଯୋଜନାରେ ଚାଷୀମାନେ ସାମିଲ ହୋଇ ବର୍ଷକୁ ୨ଟି ଚାଷ କରିବାର ଲାଭ ଉଠାଇ ପାରିବେ ବୋଲି କହିଥିଲେ । ସେହିପରି ଜିଲ୍ଳାପାଳ ସ୍ୱଧାଦେବ ସିଂ ରାୟଗଡା ଜିଲ୍ଳାରେ ଥିବା ଚାଷୀମାନଙ୍କ ପାଇଁ ସମନ୍ୱୟ ଚାଷ ପ୍ରଣାଳୀ ଉପରେ ଆଲୋକପାତ କରିବା ସହ ୪ଦିନ ଧରି ଚାଲିବାକୁ ଥିବା ଏହି କୃଷି ମେଳାରେ ବିଭିନ୍ନ କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ବିକ୍ରି ବ୍ୟବସାୟ କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବା ନେଇ ପ୍ରକାଶ କରିଥିଲେ । ମଂଚାସୀନ ଅନ୍ୟ ଅତିଥିମାନେ ମଧ୍ୟ ରାଜ୍ୟ ସରକାରଙ୍କ ଚାଷୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦାଶ ମେଳାର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଶେଷ କରି ମେଳାରେ ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ,ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତାର ସଚେତନତା,ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ବିଶେଷ ରିହାତି ଏବଂ ବିକ୍ରୟର ବ୍ୟବସ୍ଥା,ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ଋଚ୍ଚର ସୁଯୋଗ,କୃଷି ଓ ଆନୁଷାଙ୍ଗିକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ଏବଂ ପ୍ରସାର ସହ ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ବୁକିଂ ବ୍ୟବସ୍ଥା ଏବଂ ଚାଷୀ ଭାଇଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା,ବ୍ୟବହାର,ରକ୍ଷଣାବେକ୍ଷଣ ଓ ସରକାରୀ ରିହାତି ସମ୍ବନ୍ଧରେ ତାଲିମ/ପାଠଶାଳା ମାଧ୍ୟମରେ ସଚେତନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାରେ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ସାଜିଥିବା କିଛି ସଫଳ ଚାଷୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିବା ବେଳେ ଚାଷ ସମ୍ବନ୍ଧୀତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମ ଦିନର ଆଲୋଚନାରେ ସେଂଚ୍ୟୁରିଆନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ ପାଢୀ ଏବଂ ଡିନ୍ ସୈାରଭ ବରମାନ୍ ଓ ଅନ୍ୟମାନେ ଅଂଶଗ୍ରହଣ କରି କୃଷି ଓ ପଶୁ ବିଞାନ କ୍ଷେତ୍ରରେ ଯୁବପିଢୀର କ୍ୟାରିୟର ଗଠନ ବିଷୟରେ ଆଲୋଚନା କରିଥିଲେ । ହୋଇପାରିଥିବା ଚାଷୀଙ୍କୁ ଏହି କୃଷି ମେଳାରେ ୫୦ରୁ ଉର୍ଦ୍ଧ ଷ୍ଟଲ ଖୋଲାଯାଇଥିବା ବେଳେ ଜିଲ୍ଳାର ବିଭିନ୍ନ ବ୍ଳକରୁ ଏସଏଚଜିଙ୍କ ସମେତ କୃଷି ଯନ୍ତ୍ରପାତି ବିକ୍ରୟ ସଂସ୍ଥା ତଥା ପ୍ରତିଷ୍ଠାନଗୁଡିକ ଭାଗ ନେଇଥିଲେ । ଜିଲ୍ଳାର ବିଭିନ୍ନ ବ୍ଳକରୁ ହଜାର ହଜାର ଚାଷୀ ଭାଇଭଉଣୀମାନେ ଏହି ମେଳାରେ ଯୋଗ ଦେଇଥିବା ବେଳେ ଉଦ୍ୟାନ କୃଷି ବିଭାଗ,ପ୍ରାଣୀ ସଂପଦ ବିଭାଗ,ମିଲେଟ୍ ମିଶନ୍ ଆଦି ପକ୍ଷରୁ ଷ୍ଟଲ ଗୁଡିକରେ ବିଭାଗୀୟ ଯୋଜନାର ପ୍ରଦର୍ଶନ କରାଯାଇଥିଲା । ଏହି ମେଳାର ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଗ,ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ପତିତପାବନ ସାମନ୍ତରାଏ,ଜିଲ୍ଳା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଳା ସଂସ୍ଖୃତି ଅଧିକାରୀ ସୁଶ୍ରୀ ସୁଶ୍ମିତା ବାଉରୀ,ଜିଲ୍ଳା ପରିବହନ ଅଧିକାରୀ ଶିବଶଙ୍କର ଚୈାଧୁରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.