ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ମିନିଷ୍ଟାଡିଅମ ଠାରେ ନୀଳକଣ୍ଠେଶ୍ଵର କ୍ରିକେଟ କ୍ଳବ ଆନୁକୂଲ୍ୟରେ ରବିବାର ନୀଳକଣ୍ଠେଶ୍ଵର ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ଏସଟି ସେଲ ସଭାପତି ଇଂ. ସୁଶୀଲ କୁମାର ଶବର ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପରମାନନ୍ଦ ଧଙ୍ଗଡ଼ାମାଝି ଯୋଗ ଦେଇ ଖେଳାଳୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ଉଦଘାଟନୀ ମ୍ୟାଚ ମହିଚାଳ ବୁଢାରଜା ଓ ଧନସରା ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଧନସରା ବ୍ୟାଟିଙ୍ଗ କରି ଦଶ ଓଭରରେ ସାତ ଉଇକେଟ ହରେଇ ୧୦୩ ରନ କରିଥିଲା, ଜବାବରେ ମହିଚଲା ଏକାଦଶ ତିନି ଉଇକେଟ ହରେଇ ସାତ ଓଭରରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଥିଲା। ଆଜିର ଖେଳକୁ ବରିଷ୍ଠ ଖେଳାଳୀ ହିରଣ୍ୟ ବେହେରା ଓ ଦୟାନିଧି କର ପରିଚାଳନା କରିଥିଲେ। ରାଜା ବାଗ ଖେଳର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ମହେନ୍ଦ୍ର ମଙ୍ଗରାଜ ସ୍କୋର ବୋର୍ଡ ସମ୍ଭାଳି ଥିଲେ। ନୀଳକଣ୍ଠେଶ୍ଵର କ୍ରିକେଟ କମିଟିର ଦେଭ ପୁଝାରୀ, କିଶୋର ରେଡି, ବିଶ୍ୱଜିତ, ବାଦଲ, ବିକି, ଭାରତ, ବବଲୁ, ରକି,ବିକି, ପର୍ଶୁ, ନରେନ୍ଦ୍ର ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।